ଜଗମୋହନ ସ୍ଥିତିକୁ ନେଇ ସବୁ ରାଜନୈତିକ ଦଳଙ୍କ ଉଦ୍‌ବେଗ

ଭୁବନେଶ୍ୱର: ଜଗମୋହନ ସ୍ଥିତିକୁ ନେଇ ସବୁ ରାଜନୈତିକ ଦଳ ଉଦ୍‌ବେଗ ପ୍ରକାଶ କରିବା ସହ ଏଏସ୍‌ଆଇକୁ ଟାର୍ଗେଟ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏ ନେଇ ଏଏସ୍‌ଆଇ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ମଧ୍ୟ ଉଭୟ ଏଏସ୍‌ଆଇ ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଶାସକ ବିଜେଡି ଏଏସ୍‌ଆଇର କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ବରିଷ୍ଠ ବିଜେପି ନେତା ମହାପାତ୍ର କହିଛନ୍ତି, “ଏଏସ୍‌ଆଇର ବିଳମ୍ବକୁ ମୁଁ […]

shree-mandira

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 05:27 PM IST

ଭୁବନେଶ୍ୱର: ଜଗମୋହନ ସ୍ଥିତିକୁ ନେଇ ସବୁ ରାଜନୈତିକ ଦଳ ଉଦ୍‌ବେଗ ପ୍ରକାଶ କରିବା ସହ ଏଏସ୍‌ଆଇକୁ ଟାର୍ଗେଟ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏ ନେଇ ଏଏସ୍‌ଆଇ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ମଧ୍ୟ ଉଭୟ ଏଏସ୍‌ଆଇ ଓ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଶାସକ ବିଜେଡି ଏଏସ୍‌ଆଇର କାର୍ଯ୍ୟ ଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି।

ବରିଷ୍ଠ ବିଜେପି ନେତା ମହାପାତ୍ର କହିଛନ୍ତି, “ଏଏସ୍‌ଆଇର ବିଳମ୍ବକୁ ମୁଁ ନିନ୍ଦା କରୁଛି। ଆଶା କରୁଛି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସ୍‌ଆଇର ନିଦ ଭାଙ୍ଗିବ। ଦୁଇଦିନ ମଧ୍ୟରେ ବିସ୍ତୃତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇବୁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଏଏସ୍‌ଆଇ ଠିକ୍‌ରେ ସହଯୋଗ କରୁନାହିଁ। ମନ୍ଦିର ମରାମତି ଲାଗି ଆନ୍ତରିକତା ନାହିଁ। ଏଥିପାଇଁ ମୁଁ ଏଏସ୍‌ଆଇକୁ ଦାୟୀ କରିବି। ଘଟଣା ପଦାକୁ ଆସିବା ପରେ ମଧ୍ୟ କେନ୍ଦ୍ର ସରକାର ହସ୍ତକ୍ଷେପ କରୁନାହାନ୍ତି। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ଦାୟୀ ରହିବେ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଅଗ୍ରାହ୍ୟ କରି ଚେନ୍ନାଇର ଏକ ଆଇଟି କମ୍ପାନୀକୁ ତା’ର ବିଶ୍ଲେଷଣ କରିବାକୁ ଦେଇଛନ୍ତି। ଏଏସ୍‌ଆଇର କାର୍ଯ୍ୟରେ ଆମେ ସନ୍ତୁଷ୍ଟ ନୁହେଁ। ବାରମ୍ବାର ଏପରି ଟାଳଟୁଳ ନୀତି ଅବଲମ୍ବନ କରାଗଲେ ବାଧ୍ୟ ହୋଇ ରାଜ୍ୟ ସରକାର ପଦକ୍ଷେପ ନେବେ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଏସ୍‌ଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆଗରୁ ମଧ୍ୟ ଏଏସ୍‌ଆଇ ଓଡ଼ିଶା ପ୍ରତି ଠିକ୍‌ରେ ଦୃଷ୍ଟି ଦେଉନାହିଁ। ଶ୍ରୀମନ୍ଦିର ସମେତ ଅନ୍ୟ ପୁରୁଣା ମନ୍ଦିରର ମରାମତି ବିଷୟରେ ମୁଁ ବୁଝିବି। ଏଏସ୍‌ଆଇ କିପରି ତା’ର ଦାୟିତ୍ୱ ପୂରା କରିବ ସେଥିପ୍ରତି ପଦକ୍ଷେପ ନେବି।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମିତ୍ରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଏଏସ୍‌ଆର ଅଭିମୁଖ୍ୟ ଉଦ୍‌ବେଗଜନକ। ଏହି ମରାମତିକୁ ହାଲକା ଭାବେ ନ ନେଇ ଏକ ମିଶନ ଭାବେ କିପରି ଶେଷ କରାଯିବ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ।”

Related story