ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ମଲ୍ଲିକଙ୍କ ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ମଲ୍ଲିକଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଯାଜପୁରରୁ ସେ ୪ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୪ ସେ ଉତ୍କଳ କଂଗ୍ରେସ ପକ୍ଷରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୭, ୧୯୮୫ ଓ ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ। ୧୯୯୯ ମସିହାରେ ସ୍ୱର୍ଗତ […]

Jagannath Mallik no more

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 11:22 PM IST

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ମଲ୍ଲିକଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଯାଜପୁରରୁ ସେ ୪ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୧୯୭୪ ସେ ଉତ୍କଳ କଂଗ୍ରେସ ପକ୍ଷରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୭୭, ୧୯୮୫ ଓ ୧୯୯୦ ବିଧାନସଭା ନିର୍ବାଚନରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ। ୧୯୯୯ ମସିହାରେ ସ୍ୱର୍ଗତ ମଲ୍ଲିକ ବିଜୁ ଜନତା ଦଳ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

୧୯୩୬ ଜୁଲାଇ ୧୦ ତାରିଖରେ ଯାଜପୁର ଜିଲ୍ଲା ମହାନ୍ତିପାଟନାରେ ସ୍ୱର୍ଗତ ମଲ୍ଲିକ ଜନ୍ମଗ୍ରହଣ କରିଥିଲେ।

ସେ ଏକାଧାରରେ ଜଣେ ସମାଜସେବୀ, ଉପନ୍ୟାସିକ ଓ ଲେଖକ ଥିଲେ। ସମ୍ବିତ, କୈବତ୍ତ୍ୟ କନ୍ୟା, ଜରାସନ୍ଦ, ମ୍ୟାନ୍‌ ଅଫ୍‌ ଇପୋଚ୍‌, ଭାବିତଭ୍ୟ, ରାମାୟଣ ଦର୍ଶନ, ମହାଭାରତ ଦର୍ଶନ, କୃଷ୍ଣ ତୁ ଭବବାନ ସ୍ୱାମୀ, ପ୍ରତିବାଦ ଓ ମାଟି ମୂର୍ତ୍ତିକାର ଝଡର ଇଗଲ ପୁସ୍ତକ ଲେଖିଛନ୍ତି।

ସ୍ୱର୍ଗତ ମଲ୍ଲିକଙ୍କ ପରଲୋକରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Related story