କଳିରୁ କଂସ ପାଲଟିଲା ବାପା!: ୧୦ ମାସର ଝିଅକୁ କଚାଡ଼ି ମାରିଲା

ଯାଜପୁର: ସଇତାନ ପାଲଟିଲା ବାପା।  ପାରିବାରିକ କଳହରୁ ୧୦ ମାସର ଝିଅକୁ କଚାଡି ମାରି ଦେଲା ବାପା। ଏନେଇ ଥାନାରେ ଅଭିଯୋଗ କରିଛି ମା’।  ଏଭଳି ଅମାନୁଷିକକାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଭୁବନପୁର ଗାଁରେ।

ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ କଳହ ହୋଇଥିଲା। କଳହ ବେଳେ ଉତ୍‌କ୍ଷିପ୍ତ ଅଭିଯୁକ୍ତ ନିଜ ଝିଅକୁ ତଳେ କଚାଡ଼ି ମାରି ଦେଇଥିଲା।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।  ଅଭିଯୁକ୍ତ ବାପା ନନ୍ଦ କିଶୋର ମଲ୍ଲିକ ଫେରାର ହୋଇଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।