୨୦୧୮ର ପ୍ରଥମ ମାସ ଏହି ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ

୨୦୧୮ର ପ୍ରଥମ ମାସ କିପରି କଟିବ ସେକଥାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବ ନିଶ୍ଚିୟ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷର ପ୍ରଥମ ମାସ ଶୁଭ ଫଳ ପ୍ରଦାନ କରିବ। ନୂଆବର୍ଷର ପ୍ରଥମ ମାସ ଆପଣଙ୍କ ରାଶି ଅନୁସାରେ କିପରି କଟିବ ଆସନ୍ତୁ ଜାଣିବା। ମେଷ ଏହି ବର୍ଷର ପ୍ରଥମ ମାସରେ ଆପଣଙ୍କୁ ଅମୂଲ୍ୟ ଅନୁଭବ ପ୍ରାପ୍ତି ହେବ।  ନିଜ ଗୁଣର ପରିପ୍ରକାଶ କରିବାର ସୁଯୋଗ ମିଳିବ। କିଛି ନୂଆ ଶିଖିବାର ସମୟ ଆସିଛି। […]

rashiimage

rashiimage

Rakesh Mallick
  • Published: Monday, 01 January 2018
  • Updated: 01 January 2018, 11:54 AM IST

୨୦୧୮ର ପ୍ରଥମ ମାସ କିପରି କଟିବ ସେକଥାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବ ନିଶ୍ଚିୟ। କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷର ପ୍ରଥମ ମାସ ଶୁଭ ଫଳ ପ୍ରଦାନ କରିବ। ନୂଆବର୍ଷର ପ୍ରଥମ ମାସ ଆପଣଙ୍କ ରାଶି ଅନୁସାରେ କିପରି କଟିବ ଆସନ୍ତୁ ଜାଣିବା।

ମେଷ

ଏହି ବର୍ଷର ପ୍ରଥମ ମାସରେ ଆପଣଙ୍କୁ ଅମୂଲ୍ୟ ଅନୁଭବ ପ୍ରାପ୍ତି ହେବ।  ନିଜ ଗୁଣର ପରିପ୍ରକାଶ କରିବାର ସୁଯୋଗ ମିଳିବ। କିଛି ନୂଆ ଶିଖିବାର ସମୟ ଆସିଛି। ଦୁଃଖ ଦୂର ହେବ। ବ୍ୟସ୍ତତାରେ ମାସଟି କଟିବ। କ୍ୟାରିଅର ଓ ବ୍ୟକ୍ତିଗତ ଜୀବନରେ ଆରାମ ପାଇବେ।

ବୃଷ

ନିଜ ଦକ୍ଷତାର ସଦ୍‌ଉପଯୋଗ କରିବା ଜରୁରୀ। ନିଜ କର୍ତ୍ତବ୍ୟ ଓ କାମକୁ  ସଠିକ ଭାବେ ନିର୍ବାହ କରନ୍ତୁ। ଅଧିକ ଚିନ୍ତାରେ ରୁହନ୍ତୁ ନାହିଁ । କୌଣସି କାମକୁ ତରତର ହୋଇ କରନ୍ତୁ ନାହିଁ।

ମିଥୁନ

ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିପାରେ। ଭୁଲ୍‌ କରିବାରୁ ବଞ୍ଚନ୍ତୁ। ଶରୀରକୁ ଆରାମ ଦିଅନ୍ତୁ। ନିଜ କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଏହା ଉପଯୁକ୍ତ ସମୟ।

କର୍କଟ

ଏ ମାସଟି ଉତ୍ସାହର ସହ କାଟିବେ। ପାରିବାରିକ ଜୀବନ ଭଲରେ କଟିବ। ହଠାତ୍ ନ ରାଗି ନଯାଇ ସ୍ଥିତିକୁ ପରଖି ନିଅନ୍ତୁ।

ସିଂହ

ସ୍ୱାସ୍ଥ ପ୍ରତି ଯତ୍ନ ଦିଅନ୍ତୁ। ଏହି ମାସଟି ପୂରା ବ୍ୟସ୍ତରେ କଟିବ। ସଫଳତା ପାଇବେ।

କନ୍ୟା

ନିଜ ବ୍ୟବହାରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ। ପ୍ରତି କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ। ଏହି ବର୍ଷ ମନୋକାମନା ନିଶ୍ଚିତ ରୂପେ ପୂରଣ ହେବ।

ତୁଳା

ସୁଖରେ ମାସଟି କଟିବ। ଜୀବନସାଥୀଙ୍କ ସହ ଭଲରେ ସମୟ କାଟିବାର ସୁଯୋଗ ପାଇବେ। ଛୋଟ ଛୋଟ ସମସ୍ୟ ଦେଖା ଦେଇପାରେ।

ବିଛା

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରଥମ ମାସଟି ଜଟିଳ ହୋଇପାରେ। ହଠାତ୍‌ ସମସ୍ୟାରେ ପଡ଼ିପାରନ୍ତି।

ଧନୁ 

ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ରୁହନ୍ତୁ। ଗରିବଙ୍କ ସହାୟତା କରନ୍ତୁ, ମାସଟି ଭଲରେ କଟିବ।

ମକର

ବ୍ୟକ୍ତିଗତ ଜୀବନରେ ଓ ସଂପର୍କରେ ବିବାଦ ଉପୁଜିପାରେ। କୌଣସି ବିଷୟ ପ୍ରତି ଅଧିକ ଧ୍ୟାନ ଦେଇ ସ୍ଥିତିକୁ  ଅଧିକ ଜଟିଳ କରନ୍ତୁ ନାହିଁ।

କୁମ୍ଭ

ଧୈର୍ଯ୍ୟର ସହ କାମ କରନ୍ତୁ। ଭାଗ୍ୟର ସାଥ୍ ଆପଣଙ୍କୁ ମିଳିବ। ବ୍ୟସ୍ତତା ମଧ୍ୟରେ ମାସଟି କଟିବ। କୌଣସି ଖବରର ସନ୍ଧାନରେ ସମୟ ବିତିବ।

ମୀନ

ଏହି ବର୍ଷର ପ୍ରଥମ ମାସରେ ପରିଶ୍ରମ କରିବା ଜରୁରୀ। ନିଜର ଦକ୍ଷତାକୁ ପ୍ରତିପାଦିତ କରିବେ। କାହାକୁ ଅତ୍ୟଧିକ ବିଶ୍ୱାସ କରନ୍ତୁ ନାହିଁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos