ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୪୪ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ଡଙ୍ଗରଗୁଡ଼ାର ଦାଶରଥୀ ନାୟକ (୨) ଓ ପଡ଼ିଆ ବ୍ଲକ୍‌ କାରାଗୁଣ୍ଡାର ଜୁଲି କବାସ (୨)। ଫଳରେ ୩୧ ଦିନରେ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। ଗତକାଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଡାକ୍ତରୀ ଦଳ ଡାକ୍ତରଖାନାର ଶିଶୁ ୱାର୍ଡ ସମେତ ଅନ୍ୟାନ୍ୟ ୱାର୍ଡ […]

malkangiri

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 03:26 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ସକାଳେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ଡଙ୍ଗରଗୁଡ଼ାର ଦାଶରଥୀ ନାୟକ (୨) ଓ ପଡ଼ିଆ ବ୍ଲକ୍‌ କାରାଗୁଣ୍ଡାର ଜୁଲି କବାସ (୨)। ଫଳରେ ୩୧ ଦିନରେ ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି।

ଗତକାଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଡାକ୍ତରୀ ଦଳ ଡାକ୍ତରଖାନାର ଶିଶୁ ୱାର୍ଡ ସମେତ ଅନ୍ୟାନ୍ୟ ୱାର୍ଡ ବୁଲି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ଏହି ରୋଗର ନିରାକରଣ କିଭଳି କରାଯିବ ଡାକ୍ତରୀ ଦଳ ତାର ଅନୁଧ୍ୟାନ କରିଛନ୍ତି।

ଜିଲ୍ଲାର ବିଭିନ୍ନ ଗାଁରେ ମଶାଧୂପ ସାଙ୍ଗକୁ ଲୋକଙ୍କୁ ମଶାରୀ ଦିଆଯାଉଛି। ସେହିପରି ଘୁଷୁରୀକୁ ଜନବସତି ଠାରୁ ଦୁରରେ ରଖିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

Related story