ଏନ୍‌ସେଫାଲାଇଟିସ୍‌ ନେଲା ଆଉ ୫ ଜୀବନ, ମୃତ୍ୟୁ ସଂଖ୍ୟା ୧୧୩କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି। ମୃତ ଶିଶୁମାନେ କୋରକୋଣ୍ଡା ବ୍ଲକ୍ ପୋଟ୍ରେଲ ଗାଁର ଶିବାନୀ ପଡ଼ିଆମୀ(୪), ଚିତାପଲିଚାରି ଗାଁର କସ୍ତୁରୀ ହନ୍ତାଳ (୩),ସୀମାଗୁଡ଼ା ଗାଁର  ସହଦେବ ପଡ଼ିଆମୀ (୩), କାଲିମେଳା ବ୍ଲକ କୁତାଗୁଡ଼ାର ସିଦ୍ଧାର୍ଥ ବେଟି(୩) ଓ  ସିନ୍ଧାବେଡାର ଶିବାନୀ ପାତ୍ର […]

malkangiri

Rakesh Mallick
  • Published: Wednesday, 16 November 2016
  • , Updated: 16 November 2016, 03:27 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆଜି ଆଉ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଏହି ରୋଗରେ ଜିଲ୍ଲାରେ ମୃତ ଶିଶୁଙ୍କ ସଂଖ୍ୟା ୧୧୩ରେ ପହଞ୍ଚିଛି।

ମୃତ ଶିଶୁମାନେ କୋରକୋଣ୍ଡା ବ୍ଲକ୍ ପୋଟ୍ରେଲ ଗାଁର ଶିବାନୀ ପଡ଼ିଆମୀ(୪), ଚିତାପଲିଚାରି ଗାଁର କସ୍ତୁରୀ ହନ୍ତାଳ (୩),ସୀମାଗୁଡ଼ା ଗାଁର  ସହଦେବ ପଡ଼ିଆମୀ (୩), କାଲିମେଳା ବ୍ଲକ କୁତାଗୁଡ଼ାର ସିଦ୍ଧାର୍ଥ ବେଟି(୩) ଓ  ସିନ୍ଧାବେଡାର ଶିବାନୀ ପାତ୍ର (୧୦ )।

 ନଭେମ୍ବର ୧୪ ତାରିଖରେ ଜାପାନୀ ଜ୍ୱରରେ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା।

Related story