ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ୫୩ ଛୁଇଁଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା  ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପଡ଼ିଆ ବ୍ଲକ୍‌ କାଟାଙ୍ଗପାଲିର ଜୟନ୍ତୀ ମାଡ଼କାମୀ (୨)। ସେହିପରି ରାତିରେ କାଲିମେଳା ବ୍ଲକ ସିଙ୍ଗାଭରମ ଗାଁର ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଗତକାଲି ଜୟନ୍ତୀଙ୍କ ବଡ଼ ଭଉଣୀ ରେବିକା ମାଡ଼କାମୀଙ୍କ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ଘଟିଥିଲା। ଆଜି ଜଣେ ଶିଶୁର ମୃତ୍ୟୁ […]

death

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 10:35 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପ୍ରକୋପ କମିବାର ନାଁ ନେଉନାହିଁ। ଆଜି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା  ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ପଡ଼ିଆ ବ୍ଲକ୍‌ କାଟାଙ୍ଗପାଲିର ଜୟନ୍ତୀ ମାଡ଼କାମୀ (୨)। ସେହିପରି ରାତିରେ କାଲିମେଳା ବ୍ଲକ ସିଙ୍ଗାଭରମ ଗାଁର ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଗତକାଲି ଜୟନ୍ତୀଙ୍କ ବଡ଼ ଭଉଣୀ ରେବିକା ମାଡ଼କାମୀଙ୍କ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ଘଟିଥିଲା। ଆଜି ଜଣେ ଶିଶୁର ମୃତ୍ୟୁ ପରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ସଂଖ୍ୟା ୩୬ ଦିନରେ ୫୩ରେ ପହଞ୍ଚିଛି।

ଗତକାଲି ସ୍ୱାସ୍ଥ୍ୟସଚିବ ଆରତୀ ଆହୁଜା ଏନ୍‌ସେଫାଲାଇଟିସ୍‌ରେ ପ୍ରଭାବିତ ଗାଁ ଗୁଡ଼ିକ ବୁଲି ରୋଗ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଜନବସତିଠାରୁ ୧୪୦ଟି ଏନ୍‌କ୍ଲୋଜର୍‌ କରାଯାଇ ସେଥିରେ ୯,୪୫୪ ଘୁଷୁରୀ ରଖାଯାଇଛି।

Related story