ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମୃତକଙ୍କ ସଂଖ୍ୟା ୩୮କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ଥମିବାର ନାଁ ନେଉ ନାହିଁ। ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏହା ସହିତ ଗତ ୨୮ ଦିନରେ ଏହି ରୋଗରେ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏହି ରୋଗରେ ପ୍ରାଣ ହରାଇଥିବା ଶିଶୁମାନଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଦାବିରେ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି […]

malkangiri

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 12:14 PM IST

ମାଲକାନଗିରି: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ଥମିବାର ନାଁ ନେଉ ନାହିଁ। ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉ ୪ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଏହା ସହିତ ଗତ ୨୮ ଦିନରେ ଏହି ରୋଗରେ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।

ଏହି ରୋଗରେ ପ୍ରାଣ ହରାଇଥିବା ଶିଶୁମାନଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଦାବିରେ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସେ ଦୁଇଟି ଶିଶୁଙ୍କ ମୃତଦେହକୁ ରଖି ଧାରଣାରେ ବସିଥିଲେ। ୫ ବର୍ଷ ହେଲାଣି ମାଲକାନଗିରିକୁ  ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଭୂତାଣୁ ଆସିଥିଲେ ସୁଦ୍ଧା ରାଜ୍ୟ ସରକାର ପ୍ରତିଷେଧକ ଟୀକା ଯୋଗାଇ ପାରି ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏହା ସହିତ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା କହିଥିଲେ ଯେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ପାଇଁ ଏବେ ପ୍ରତିଷେଧକ ଟୀକା ଦିଆଯାଇପାରିବ ନାହିଁ। ଏହା ଏବେ ସଂକ୍ରାମକ ସ୍ଥିତିରେ ଥିବାରୁ ପ୍ରତିଷେଧକ ଟୀକା ଦିଆଯାଇ ପାରିବ ନାହିଁ। ନଭେମ୍ବର ପରେ ପ୍ରତିଷେଧକ ଟୀକା ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ଏହି ରୋଗ ନିରାକରଣ ପାଇଁ କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ସେ କହିଥିଲେ,“ଜିଲ୍ଲାରେ ସ୍ଥିତି ଗମ୍ଭୀର ଅଛି।  ଏହି ରୋଗ ଅଧିକ ଶିଶୁଙ୍କ ଜୀବନ ନେଇ ସାରିଲାଣି। ଗତକାଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ତଦାରଖ କରିଛନ୍ତି। କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗାଇ ଦେବ।”

Related story