ଅନୁଗୋଳ: ଦୁଇ ଯୁବକଙ୍କ ହତ୍ୟା ଘଟଣାରେ ଜଣେ ଗିରଫ, ପୂର୍ବରୁ ବି ଦୁଇ ଜଣଙ୍କୁ ମାରି ପୋତି ଥିଲା

ଅନୁଗୋଳ: ଜରପଡ଼ା କୁଶକିଳା ଗାଁରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସେହି ଗାଁର ଝସକେତନ ରାଉତ। ଗୁରୁବାର ଗାଁର ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ନିଖୋଜ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ୍ କହିଛି। ତେବେ ଝସକେତନ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ସେ […]

murder

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 05:18 PM IST

ଅନୁଗୋଳ: ଜରପଡ଼ା କୁଶକିଳା ଗାଁରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସେହି ଗାଁର ଝସକେତନ ରାଉତ। ଗୁରୁବାର ଗାଁର ସ୍କୁଲ ପଛପଟୁ ୧୫ରୁ ୧୬ ଫୁଟ୍ ମାଟିତଳୁ ନିଖୋଜ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ୍ୟ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ୍ କହିଛି। ତେବେ ଝସକେତନ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ସେ ପୋଲିସ୍ ଆଗରେ କହିଛି ଯେ ଏହା ପୂର୍ବରୁ ବି ସେ ଆଉ ଦୁଇ ଜଣଙ୍କୁ ସମାନ ଢଙ୍ଗରେ ମାରି ପୋତି ଦେଇଥିଲା।

ଯୋଗେଶ୍ୱର ଓ ହିରଣାକ୍ଷ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଗାଁର ଝସକେତନ ସାହୁ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଝସକେତନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଝସକେତନ ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ମାଟିତଳୁ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଥିଲା। ମୃତକଙ୍କ ପରିବାର ଲୋକେ ଡିଆଇଜିଙ୍କୁ ଭେଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି।

ଆଜି ଏସଡିପିଓ ଦେଇଥିବା ସୂଚନା ମୁତାବକ ଏହି ମାମଲାରେ ଗିରଫ  ଅଭିଯୁକ୍ତ ଝସକେତନ ପୂର୍ବରୁ ମଧ୍ୟ ୨ଟି ହତ୍ୟାକାଣ୍ଡ ଘଟାଇଥିଲା। ସେ ୨ଜଣଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା କଥା ଜେରା ବେଳେ ପୋଲିସକୁ କହିଛି। ପ୍ରାୟ ବର୍ଷେ ତଳେ ଜିଲ୍ଲାର ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ଅଞ୍ଚଳରେ ଅବଳା ଗଡ଼ନାୟକ ନାମକ ଜଣେ ମହିଳା ଓ ତାଙ୍କ ପୁତୁରା କୁମୁଦ ସାହୁଙ୍କୁ ଝସକେତନ ହତ୍ୟା କରି ପୋତି ଦେଇଥିଲା। କେବଳ ସେତିକି ନୁହେଁ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ସଂସ୍ଥାର ଏଜେଣ୍ଟ୍ ଭାବେ ସେ ଲୋକଙ୍କଠାରୁ ବହୁ ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ସୂଚନା ଦେଇଛି। ଝସକେତନକୁ ଆଜି କୋର୍ଟ ଚାଲାଣ କରାଯିବା ସହିତ ୩ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଅନୁଗୋଳ ଡିଏସ୍‌ପି ଆର୍.ଏନ୍ ଦେଓ କହିଛନ୍ତି।

 

Related story