ଭାରତ ବିରୋଧୀ ନାରା ଦେବାକୁ କରାଯାଇଥିଲା ବାଧ୍ୟ: ଓଡିଆ ଯବାନଙ୍କ ମୁହଁରେ ଅଙ୍ଗେନିଭା କଥା

“କ୍ରାଲପୋଲ ଅଞ୍ଚଳକୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆମକୁ ଅଧା ରାସ୍ତାରେ ଅଟକାଇ ଥିଲେ। ସେମାନେ ଆମକୁ ଗାଳିଗୁଲଜ କରିବା ସହ ପାକିସ୍ତାନ ଜିନ୍ଦାବାଦ କହିବାକୁ ବାଧ୍ୟ କରିଥିଲେ। ଏହାସହ ଭାରତ ବିରୋଧୀ ନାରା ଦେଇଥିଲେ। ଆମକୁ ୫୦୦ରୁ ୬୦୦ ମିଟର ଚଲାଇଥିଲେ। ଆମ କାମ ଥିଲା ପୋଲିଂ ପାର୍ଟିଙ୍କୁ ସୁରକ୍ଷିତ ଆଣିବା, ତାହା ଆମେ କରିଲୁ। ସ୍ଥିତି ଜଟିଳ ଥିଲା, ହେଲେ ଆମେ ଶାନ୍ତ ରହିଲୁ। ଆମେ ସେଠାରେ କିଛି […]

jawan Collage

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 06:58 PM IST

“କ୍ରାଲପୋଲ ଅଞ୍ଚଳକୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆମକୁ ଅଧା ରାସ୍ତାରେ ଅଟକାଇ ଥିଲେ। ସେମାନେ ଆମକୁ ଗାଳିଗୁଲଜ କରିବା ସହ ପାକିସ୍ତାନ ଜିନ୍ଦାବାଦ କହିବାକୁ ବାଧ୍ୟ କରିଥିଲେ। ଏହାସହ ଭାରତ ବିରୋଧୀ ନାରା ଦେଇଥିଲେ। ଆମକୁ ୫୦୦ରୁ ୬୦୦ ମିଟର ଚଲାଇଥିଲେ। ଆମ କାମ ଥିଲା ପୋଲିଂ ପାର୍ଟିଙ୍କୁ ସୁରକ୍ଷିତ ଆଣିବା, ତାହା ଆମେ କରିଲୁ। ସ୍ଥିତି ଜଟିଳ ଥିଲା, ହେଲେ ଆମେ ଶାନ୍ତ ରହିଲୁ। ଆମେ ସେଠାରେ କିଛି ଆକ୍ସନ ନେଇଥିଲେ ପରିସ୍ଥିତି ଗମ୍ଭୀର ହୋଇଯାଇଥାନ୍ତି।” ଏ ହେଉଛି ଜମ୍ମୁ-କାଶ୍ମୀରରେ ନିର୍ଯାତନା ଶିକାର ହୋଇଥିବା ଓଡ଼ିଆ ଯବାନ ଭିକି ବିଶ୍ୱକର୍ମାଙ୍କ ଅଙ୍ଗେନିଭା କାହାଣୀ।

ସେମାନେ କେବଳ ଦେଶ ବିରୋଧୀ ନାରା ଦେଇ ନ ଥିଲେ ଯବାନଙ୍କୁ ମାଡ ମଧ୍ୟ ମାରିଥିଲେ। ରାସ୍ତାରେ ଚଲାଇ ଚଲାଇ ନେବା ସହ ସେମାନଙ୍କ ହେଲମେଣ୍ଟ ଟାଣି ନେଇଥିଲେ। ଏହି ଘଟଣା ଗତ ୯ ତାରିଖରେ ବଡ଼ଗାମ୍‌ ଜିଲ୍ଲା କ୍ରାଲପୋଲ ଅଞ୍ଚଳରେ ଘଟିଥିଲା। ଏହି ଦେଶ ବିରୋଧୀ ତତ୍ତ୍ୱଙ୍କ ନିର୍ଯାତନା ଅସହ୍ୟ ଥିଲେ ମଧ୍ୟ ଯବାନମାନେ ସେମାନଙ୍କ ସଞ୍ଜମତା ହରାଇ ନ ଥିଲେ। ପାଖରେ ଅସ୍ତଶସ୍ତ୍ର ଥିଲେ ବି ଶାନ୍ତ ରହି ସ୍ଥିତିର ମୁକାବିଲା କରିଥିଲେ।

ଏ ନେଇ ସିଆରପିଏଫ୍‌ ପକ୍ଷରୁ ଅଭିଯୋଗ ହେବା ପରେ ଜମ୍ମୁ-କଶ୍ମୀର ପୋଲିସ ଏକ ମାମଲା ରୁଜୁ କରିଛି। ମାଡ ମାରିଥିବା ଯୁବକଙ୍କୁ ଚିହ୍ନଟ କରାଯାଇଛି। ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି।

Related story