ପୁଣିଥରେ ବିମୁଦ୍ରାକରଣକୁ ସମର୍ଥନ କଲେ ବୈଜୟନ୍ତ, ଟ୍ୱିଟ୍‌ ବାର୍ତ୍ତାରେ ମୋଦିଙ୍କୁ ପ୍ରଶଂସା

Ordigital Desk
  • Published: Saturday, 11 November 2017
  • , Updated: 11 November 2017, 10:43 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିମୁଦ୍ରାକରଣକୁ ପୁଣିଥରେ ଖୋଲାଖୋଲି ସମର୍ଥନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଆମେରିକାର କଲୋମ୍ବିଆ ୟୁନିଭର୍ସିଟିରେ ପଣ୍ଡା ରଖିଥିବା ଏକ ଅଭିଭାଷଣରେ ବିମୁଦ୍ରାକରଣକୁ ଏକ ଉଚିତ୍&zwnj; ନିଷ୍ପତ୍ତି ବୋଲି କହିଥିଲେ। ନିଜ ଅଞ୍ଚଳର ଉଦାହରଣ ରଖି ସେ କହିଛନ୍ତି ଯେ, ଅଧିକାଂଶ ସମୟ ମୁଁ ନିଜ ନିର୍ବଚନମଣ୍ଡଳୀରେ କଟାଇଥାଏ। ମାତ୍ର ଦିନେ ହେଲେ କାହାରି ମୁହଁରୁ ଏହି ବ୍ୟବସ୍ଥା ପ୍ରତି ଅସନ୍ତୋଷ ବାବଦରେ ଅଭିଯୋଗ ପାଇନାହିଁ।</p> <p>ବୈଜୟନ୍ତ ଟ୍ୱିଟ୍&zwnj; କରି ଜଣାଇଛନ୍ତି ଯେ, ବିମୁଦ୍ରାକରଣ ଦ୍ୱାରା ବହୁ ସାଧାରଣ ଲୋକ ଉପକୃତ ହୋଇଛନ୍ତି। ନିଜ ଅଞ୍ଚଳର ଜଣେ ଛୋଟ ଦୋକାନୀକୁ ଉଦାହାରଣ ଭାବେ ଗ୍ରହଣ କରି ବିମୁଦ୍ରାକରଣ କିପରି ତାଙ୍କୁ ନିଜ ସ୍ୱପ୍ନ ପୂରଣ କରିବା କ୍ଷେତ୍ରରେ ସହାୟକ ହୋଇଛି ସେ କଥା ବର୍ଣ୍ଣନା କରିଛନ୍ତି। ବୈଜୟନ୍ତ ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେହରୁଙ୍କ ପରେ ଦ୍ୱିତୀୟ ଫରେନ ପଲିସି ପିଏମ୍ ବୋଲି କହିଛନ୍ତି । ବିଶ୍ୱ ଦରବାରରେ ଭାରତକୁ ତାର ସମ୍ମାନଜନକ ସ୍ଥାନକୁ ଫେରାଇ ଆଣିବାରେ ମୋଦିଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି।</p>

Related story