ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନବୀନ

ଭୁବନେଶ୍ୱର: ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଚେନ୍ନାଇ ଯାଇଥିଲେ। ଜୟାଙ୍କ ମୃତ୍ୟୁରେ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଜୟଲଳିତା ଜଣେ ଜନନେତ୍ରୀ ଥିଲେ। ତାମିଲନାଡୁର ଆଇରନ୍ ଲେଡି ଭାବେ ସେ ପରିଚିତ ଥିଲେ। ତାମିଲନାଡୁ ବିକାଶରେ ତାଙ୍କ ଭୂମିକା ଅତୁଳନୀୟ। ଓଡ଼ିଶାର ସୁଖଦୁଃଖର ଜଣେ ବନ୍ଧୁ ଥିଲେ ଜୟଲଳିତା। ତାଙ୍କ ବିୟୋଗ ଏକ ବୃହତ ଜାତୀୟ କ୍ଷତି।” ନବୀନ ଏବଂ ଜୟାଙ୍କର […]

cm-odisha

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 11:08 PM IST

ଭୁବନେଶ୍ୱର: ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଚେନ୍ନାଇ ଯାଇଥିଲେ।

ଜୟାଙ୍କ ମୃତ୍ୟୁରେ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଜୟଲଳିତା ଜଣେ ଜନନେତ୍ରୀ ଥିଲେ। ତାମିଲନାଡୁର ଆଇରନ୍ ଲେଡି ଭାବେ ସେ ପରିଚିତ ଥିଲେ। ତାମିଲନାଡୁ ବିକାଶରେ ତାଙ୍କ ଭୂମିକା ଅତୁଳନୀୟ। ଓଡ଼ିଶାର ସୁଖଦୁଃଖର ଜଣେ ବନ୍ଧୁ ଥିଲେ ଜୟଲଳିତା। ତାଙ୍କ ବିୟୋଗ ଏକ ବୃହତ ଜାତୀୟ କ୍ଷତି।”

ନବୀନ ଏବଂ ଜୟାଙ୍କର ଥିଲା ଅତି ଘନିଷ୍ଠ ସମ୍ପର୍କ

ନବୀନଙ୍କ ସହ ଜୟାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିଲା। ନବୀନଙ୍କୁ ନିଜ ଭାଇ ବୋଲି ସମ୍ବୋଧିତ କରୁଥିଲେ ଜୟା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସହ ପାରିବାରିକ ସମ୍ପର୍କ ଥିଲା ତାଙ୍କର। ସେ ବିଜୁ ବାବୁଙ୍କୁ ପିତୃତୁଲ୍ୟ ମାନୁଥିଲେ।

ରାଜନୈତିକ ସମ୍ପର୍କରେ ଥିଲା ସମାନତା

ଜାତୀୟ ରାଜନୀତିରେ ଯେତେବେଳେ ତୃତୀୟ ସାମ୍ମୁଖ୍ୟ କଥା ଉଠୁଥିଲା ସବୁବେଳେ ଜୟା ଓ ନବୀନଙ୍କୁ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ୨୦୧୨ ମସିହାରେ ନବୀନ ଚେନ୍ନାଇରେ ଜୟାଙ୍କୁ ସାକ୍ଷାତ କରିବା ପରେ ତୃତୀୟ ସାମ୍ମୁଖ୍ୟ ଚର୍ଚ୍ଚା ଜୋର ଧରିଥିଲା।

ପ୍ରଣବ ମୁଖାର୍ଜୀଙ୍କ ବିରୋଧରେ ପିଏ ସଙ୍ଗମା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ପରେ ଜୟା ଓ ନବୀନଙ୍କ ମଧ୍ୟରେ ସହମତି ଦେଖିବାକୁ ମିଳିଥିଲା।

ତାମିଲନାଡୁ ଓ ଓଡ଼ିଶାରେ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାରେ ମଧ୍ୟ ସାମଞ୍ଜସ୍ୟ ଦେଖିବାକୁ ମିଳିଥିଲା। ପ୍ରଶାସନିକ ଦକ୍ଷତାକୁ ନେଇ ଉଭୟ ପରସ୍ପରକୁ ପ୍ରଶଂସା ମଧ୍ୟ କରୁଥିଲେ। ଜୟା ଓ ନବୀନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ ଯୋଗୁଁ ଚେନ୍ନାଇରେ ଓଡ଼ିଶା ଭବନ ପ୍ରତିଷ୍ଠା ହୋଇପାରିଥିଲା। ଏଥିପାଇଁ ଜୟା ଜମି ଯୋଗାଇ ଦେଇଥିଲେ।

Related story