ମହାନଦୀ ବିବାଦ: ଝାରସୁଗୁଡ଼ାରେ ବିଜୁ ମହିଳା ଜନତା ଦଳର କଳସ ଶୋଭାଯାତ୍ରା

ଝାରସୁଗୁଡ଼ା: ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି  ଆଜି ଝାରସୁଗୁଡ଼ାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଛି। ଦଳର ଶତାଧିକ ମହିଳା କର୍ମୀ କଳସ ଧରି ମନମୋହନ ସ୍କୁଲ ପଡ଼ିଆରୁ ଶୋଭାଯାତ୍ରା ବାହାରି ବସ୍‌ଷ୍ଟାଣ୍ଡ୍‌ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେମାନେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ, ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକାରେ କଳସ ଭାଙ୍ଗି […]

jharsuguda-bjd

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 01:43 PM IST

ଝାରସୁଗୁଡ଼ା: ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି  ଆଜି ଝାରସୁଗୁଡ଼ାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଛି। ଦଳର ଶତାଧିକ ମହିଳା କର୍ମୀ କଳସ ଧରି ମନମୋହନ ସ୍କୁଲ ପଡ଼ିଆରୁ ଶୋଭାଯାତ୍ରା ବାହାରି ବସ୍‌ଷ୍ଟାଣ୍ଡ୍‌ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେମାନେ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ, ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକାରେ କଳସ ଭାଙ୍ଗି ଥିଲେ।

ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ତଥା ବିଜେଡିର ବରିଷ୍ଠ ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଓ ଅନୁପ ସାଏ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ମହାନଦୀ ଉପରେ ବ୍ୟାରେଜ୍ ନିର୍ମାଣକୁ ପ୍ରତିବାଦ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଝାରସୁଗୁଡ଼ାରେ କଳସ ଶୋଭାଯାତ୍ରା କରାଯାଇଛି। ଆଜି ପର୍ଯ୍ୟନ୍ତ ଯୁବକ ଓ ଛାତ୍ରମାନେ ଏ ପ୍ରସଙ୍ଗରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ସାରା ଓଡ଼ିଶାରେ ଆନ୍ଦୋଳନ କରିଥିଲେ। ବର୍ତ୍ତମାନ ମା’ମାନେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଗତକାଲି ବରଗଡ଼ ଜିଲ୍ଲାରେ କଳସ ଶୋଭାଯାତ୍ରା କରାଯାଇଥିଲ। ଆଜି ଝାରସୁଗୁଡ଼ାରେ କରାଯାଇଛି। ଛତିଶଗଡ଼ ସରକାର ମହାନଦୀରୁ ୮୫ ପ୍ରତିଶତ ଜଳ ରଖିବା ପାଇଁ ଚେଷ୍ଟା କରୁଛି ଓ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ପ୍ରତିବାଦ କରି ଏହି ଆନ୍ଦୋଳନ କରାଯାଇଛି।”

ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି,“ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣକୁ ପ୍ରତିବାଦ କରି ଏହି ଶୋଭାଯାତ୍ରା କରାଯାଉଛି। ପ୍ରତି ଗାଁ ଓ ଘରକୁ ଯାଇ ମହିଳାମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବା ପାଇଁ କହିବୁ। ଆଗାମୀ ଦିନରେ ଦିଲ୍ଲୀ ଯାଇ ଆନ୍ଦୋଳନ କରିବୁ।”

ଆସନ୍ତାକାଲି ଦଳ ପକ୍ଷରୁ ସମ୍ବଲପୁରରେ କଳସ ଶୋଭାଯାତ୍ରା କରାଯିବାକୁ ଥିବା ବେଳେ ୨୩ରେ ଦେବଗଡ଼ରେ, ୨୪ରେ ବଲାଙ୍ଗିରରେ ଓ ୨୫ ତାରିଖରେ ସୁବର୍ଣ୍ଣପୁରରେ ଏହି ଯାତ୍ରା ଅନୁଷ୍ଠିତ ହେବ।

Related story