ଅନ୍ଧ ବିଶ୍ୱାସର କୁପରିଣତି: ଯୁବତୀଙ୍କୁ ବଳି!

ଝାରସୁଗୁଡ଼ା: ଅନ୍ଧ ବିଶ୍ୱାସର କୁପରିଣତି। ଶିବ ଦୀକ୍ଷା ପୂଜା ଚାଲିଥିବା ବେଳେ ଜଣେ ଯୁବତୀଙ୍କୁ ହତ୍ୟା କଲେ ଦୁଇ ସମ୍ପର୍କୀୟ ଭଉଣୀ। ଏଭଳି ଘଟଣା ନଜରକୁ ଆସିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଜାପାଲି ଗାଁରେ। ରେଙ୍ଗାଳି ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଯେଉଁଭଳି ଭାବେ ଏଇ ନାରକୀୟକାଣ୍ଡ ଘଟିଛି ତାହା ଦେଖିଲେ ଲୋକ ଟାଙ୍କୁରି ଉଠିବ। ବିଜାପାଲି ଗାଁର ଏକ […]

deadbody

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 07:14 PM IST

ଝାରସୁଗୁଡ଼ା: ଅନ୍ଧ ବିଶ୍ୱାସର କୁପରିଣତି। ଶିବ ଦୀକ୍ଷା ପୂଜା ଚାଲିଥିବା ବେଳେ ଜଣେ ଯୁବତୀଙ୍କୁ ହତ୍ୟା କଲେ ଦୁଇ ସମ୍ପର୍କୀୟ ଭଉଣୀ। ଏଭଳି ଘଟଣା ନଜରକୁ ଆସିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଜାପାଲି ଗାଁରେ। ରେଙ୍ଗାଳି ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଯେଉଁଭଳି ଭାବେ ଏଇ ନାରକୀୟକାଣ୍ଡ ଘଟିଛି ତାହା ଦେଖିଲେ ଲୋକ ଟାଙ୍କୁରି ଉଠିବ।

ବିଜାପାଲି ଗାଁର ଏକ ଘରେ ଶିବ ଦୀକ୍ଷା ପୂଜା ଚାଲିଥିଲା। ଯୁକ୍ତ ଦୁଇ ପଢ଼ୁଥିବା ସଞ୍ଜୁକ୍ତା ଜୟପୁରିଆଙ୍କୁ ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ସୌଦାମିନୀ ଓ ସନ୍ତୋଷନୀ ପୂଜା ପାଖକୁ ଡାକି ନେଇଥିଲେ। ସଞ୍ଜୁକ୍ତାଙ୍କ ସହ ତାଙ୍କ ବାପା, ପରିବାର ଲୋକେ ଓ ସମ୍ପର୍କୀୟମାନେ ଯାଇଥିଲେ। ପୂଜା ଆରମ୍ଭ ହେଲା ପରେ ସୌଦାମିନୀ ଓ ସନ୍ତୋଷନୀ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ। ଉଭୟଙ୍କ ଭୟଙ୍କର ରୁପ ଦେଖି ଉପସ୍ଥିତ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏପରିକି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଦୁଇ ଭଉଣୀ ପ୍ରଥମେ ସଞ୍ଜୁକ୍ତାଙ୍କୁ ଉଲଗ୍ନ କରି ତାଙ୍କ ଚୁଟି କାଟି ଦେଇଥିଲେ। ଘର ଲୋକେ ପ୍ରତିବାଦ କଲେ ମଧ୍ୟ ସେମାନେ ଶୁଣି ନଥିଲେ। ତା’ପରେ ଆରମ୍ଭ କଲେ ଶିବ ତାଣ୍ଡବ। ସଞ୍ଜୁକ୍ତାଙ୍କ ଉପରେ ଚଢ଼ି ତାଙ୍କୁ ତ୍ରିଶୂଳରେ ଆକ୍ରମଣ କରିଥିଲେ। ପରେ ପଥରରେ ଛେଚି ହତ୍ୟା କରିଥିଲେ।

ମୃତ ସଞ୍ଜୁକ୍ତାଙ୍କ ବାପା ଓ ଅନ୍ୟ ପରିବାର ଲୋକେ ଉପସ୍ଥିତି ଥିଲେ ମଧ୍ୟ ଦୁଇ ଭଉଣୀ ଶିବ ଓ ବ୍ରହ୍ମା କହୁଥିବାରୁ କେହି ସେମାନଙ୍କୁ ଅଟକାଇବାକୁ ସାହାସ ଜୁଟାଇପାରି ନଥିଲେ। ପରେ ଗାଁ ଲୋକେ ଦୁଇ ଭଉଣୀଙ୍କୁ ଘରେ ତାଲା ପକାଇ ପୋଲିସକୁ ଖବର ଦେଇଥିଲେ। ଜଣେ ଯୁକ୍ତ ଦୁଇ ଓ ଅନ୍ୟ ଜଣେ ଯୁକ୍ତ ଦୁଇ ପଢ଼ୁଥିଲେ।

ପୋଲିସ ସୌଦାମିନୀ, ସନ୍ତୋଷନୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଅଟକ ରଖିଛି।

Related story