ଜେଏନ୍‌ୟୁରେ ସାରଳା ଦାସଙ୍କ ନାଁରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ

ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା ପାଇଁ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଆଦିକବି ସାରଳା ଦାସଙ୍କ ନାଁରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କାର ଅନୁଦାନ ଜେଏନ୍‌ୟୁକୁ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୨ କୋଟି ଓ ପରେ ୩ କୋଟି ଟଙ୍କାର ଅନୁଦାନ ଦେବାକୁ ସ୍ଥିର ହୋଇଛି। ଏନେଇ ଆଜି ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜେଏନ୍‌ୟୁ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର […]

jnu-mou

Rakesh Mallick
  • Published: Wednesday, 22 February 2017
  • , Updated: 22 February 2017, 05:31 PM IST

ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ସାଙ୍ଗକୁ ଗବେଷଣା ପାଇଁ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ଆଦିକବି ସାରଳା ଦାସଙ୍କ ନାଁରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କାର ଅନୁଦାନ ଜେଏନ୍‌ୟୁକୁ ଯୋଗାଇ ଦେବେ। ପ୍ରଥମ ପର୍ଯ୍ୟାୟରେ ୨ କୋଟି ଓ ପରେ ୩ କୋଟି ଟଙ୍କାର ଅନୁଦାନ ଦେବାକୁ ସ୍ଥିର ହୋଇଛି। ଏନେଇ ଆଜି ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜେଏନ୍‌ୟୁ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି।

ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଜେଏନ୍‌ୟୁ କୁଳପତି ଜଗଦେଶ କୁମାର ଏହି ଏମ୍‌ଓୟୁରେ ସ୍ୱାକ୍ଷର କରିଛନ୍ତି।

ଜେଏନ୍‌ୟୁରେ ଭାରତୀୟ ଭାଷା କେନ୍ଦ୍ରରେ ଅଧିକାଂଶ ରାଜ୍ୟର ଚେୟାର ପ୍ରତିଷ୍ଠା ହୋଇଛି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି,“ଜେଏନ୍‌ୟୁରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା ହେଲେ ଭାଷାର ପ୍ରଚାର ଓ ପ୍ରସାର ହୋଇପାରିବ। ଏହାଛଡ଼ା ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ଉପରେ ଗବେଷଣା କରାଯାଇପାରିବ। ଏହାଦ୍ୱାରା ଅଣ ଓଡ଼ିଆ ଭାଷାଭାଷୀ ଲୋକ ଓଡ଼ିଶା ସଂସ୍କୃତି ଓ ପରମ୍ପରା ଜାଣିପାରିବେ।”

ଜେଏନ୍‌ୟୁ ରେକ୍ଟର ଚିନ୍ତାମଣି ମହାପାତ୍ର କହିଛନ୍ତି,“ଭାରତବର୍ଷରେ ଯେତେ ଭାଷା ରହିଛି ସେସବୁର ପ୍ରଚାର ପ୍ରସାର କରିବା ପାଇଁ ଜେଏନ୍‌ୟୁ ଚାହୁଁଛି। ଜଣେ ଓଡ଼ିଆ ହିସାବରେ ଆମ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯାହା ଦରକାର ତାହା କରିବାକୁ ଚେଷ୍ଟା କରିବି।”

Related story