ଜଗା-କାଳିଆଙ୍କ ଅବସ୍ଥା ସ୍ଥିର: ଆଗରୁ ବି ହୋଇଛି ଯୋଡ଼ାମୁଣ୍ଡ ଅଲଗା, ଜାଣନ୍ତୁ କିଏ ସେମାନେ

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରେ ଅପରେସନ୍ ପରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଅପରେସନ୍‌ ପରେ ଏହି ସଫଳତା ମିଳିଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଭାରତରେ ଏଭଳି ପ୍ରୟାସ ପ୍ରଥମ ଥର ପାଇଁ ହୋଇଥିବା ବେଳେ ବିଶ୍ୱରେ ଏଭଳି କିଛି ଅପରେସନ ପୂର୍ବରୁ ହୋଇସାରିଛି। ଏଥିରେ ସଫଳତା ବି ମିଳିଛି। ଡାକ୍ତରୀ ଭାଷାରେ ଏଭଳି ଅବସ୍ଥାକୁ କ୍ରାନିଓପ୍ୟାଗସ କୁହାଯାଏ। ୪୦ ଲକ୍ଷ ଶିଶୁଙ୍କ ମଧ୍ୟରେ ମାତ୍ର ଜଣଙ୍କ କ୍ଷେତ୍ରରେ […]

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 09:21 AM IST

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରେ ଅପରେସନ୍ ପରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଅପରେସନ୍‌ ପରେ ଏହି ସଫଳତା ମିଳିଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି।

ଭାରତରେ ଏଭଳି ପ୍ରୟାସ ପ୍ରଥମ ଥର ପାଇଁ ହୋଇଥିବା ବେଳେ ବିଶ୍ୱରେ ଏଭଳି କିଛି ଅପରେସନ ପୂର୍ବରୁ ହୋଇସାରିଛି। ଏଥିରେ ସଫଳତା ବି ମିଳିଛି। ଡାକ୍ତରୀ ଭାଷାରେ ଏଭଳି ଅବସ୍ଥାକୁ କ୍ରାନିଓପ୍ୟାଗସ କୁହାଯାଏ। ୪୦ ଲକ୍ଷ ଶିଶୁଙ୍କ ମଧ୍ୟରେ ମାତ୍ର ଜଣଙ୍କ କ୍ଷେତ୍ରରେ ଏ  ଅବସ୍ଥା ଦେଖାଯାଏ। ମୁଣ୍ଡ ଯୋଡ଼ିହୋଇ ଶରୀର ସମ୍ପୂର୍ଣ୍ଣ ଅଲଗା ଥିଲେ ବି ଏକା ଧମନୀ ଦେଇ ଉଭୟଙ୍କ ଶରୀରକୁ ରକ୍ତ ପ୍ରବାହିତ ହୋଇଥାଏ। ଏଭଳି ଶିଶୁଙ୍କୁ ଅଲଗା କରିବାକୁ ହେଲେ ଅପରେସନର ପ୍ରଥମ ପର୍ଯ୍ୟାୟରେ ଏହି ଧମନୀଗୁଡ଼ିକୁ ଠାବ କରାଯାଇ ରକ୍ତ ପ୍ରବାହକୁ ପୃଥକ କରିବା ଲାଗି ଉଦ୍ୟମ କରାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ ମସ୍ତିଷ୍କ, ହାଡ଼ ଓ ଚର୍ମକୁ ଧ୍ୟାନ ଦିଆଯାଇ ଉଭୟଙ୍କୁ ଅଲଗା କରିବା ଲାଗି ଉଦ୍ୟମ କରାଯାଏ। ନ୍ୟୁରୋ ସର୍ଜନଙ୍କ ମତରେ,ଏଭଳି ଅପରେସନର ସଫଳତା ହାର ଅତି କମ୍ ହୋଇଥିଲେ ବି ଏହା ଅସମ୍ଭବ ନୁହେଁ।

[caption id="attachment_175891" align="aligncenter" width="450"] ଯୋଡ଼ା ମୁଣ୍ଡ ଶିଶୁ ଜାର୍ଡ଼ନ ଏବଂ ଆନିଆଜ୍‌ ମ୍ୟାକ୍‌ ଡୋନାଲ୍ଡ (ଅପରେସନ ପୂର୍ବରୁ)[/caption]

ଗତବର୍ଷ ଆମେରିକାରେ ଏକ କ୍ରାନିଓପ୍ୟାଗସର ଅପରେସନ ହୋଇଥିଲା। ଜଗା- କାଳିଆଙ୍କ ଭଳି ନ୍ୟୁୟର୍କ ସିଟିର ଜାର୍ଡ଼ନ ଏବଂ ଆନିଆଜ୍‌ ମ୍ୟାକ୍‌ ଡୋନାଲ୍ଡ ନାମକ ଦୁଇଜଣ ଶିଶୁ ଯୋଡ଼ାମୁଣ୍ଡ ହୋଇ ଜନ୍ମ ହୋଇଥିଲେ।

ଦୁହିଁଙ୍କୁ ଅଲଗା କରିବା ପାଇଁ ୨୦୧୫ ସେପ୍ଟେମ୍ବର ୯ରେ ସେମାନଙ୍କୁ ମୋଣ୍ଟେଫିଓର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ଷେ କାଳ ଉଭୟଙ୍କୁ ଅବଜରଭେସନ୍‌ରେ ରଖିବା ପରେ ୨୦୧୬ରେ ଅସ୍ତ୍ରୋପଚାର କରାଯାଇଥିଲା। ଦୀର୍ଘ ୨୭ ଘଣ୍ଟାର ଅପରେସନ୍‌ରେ ଲାଗିଥିଲେ ୪୦ରୁ ଅଧିକ ଡାକ୍ତର।  ଉଦ୍ୟମ ସଫଳ ବି ହୋଇଥିଲା।  ଅଲଗା ହୋଇଥିଲେ ଦୁଇ ଶିଶୁ ।

[caption id="attachment_175892" align="aligncenter" width="450"] ଯୋଡ଼ାମୁଣ୍ଡ ଅପରେସନ ପରେ ଜାର୍ଡ଼ନ ଏବଂ ଆନିଆଜ୍‌ ମ୍ୟାକ୍‌ ଡୋନାଲ୍ଡ[/caption]

ଏହା ପୂର୍ବରୁ ବି ଅନେକ ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ ହୋଇଛି। ୨୦୧୧ ମସିହାରେ ଲଣ୍ଡନସ୍ଥିତ ଷ୍ଟ୍ରିଟ୍ ହସ୍ପିଟାଲରେ ସୁଦାନର ୧୧ ମାସର ଦୁଇ ଯାଁଳା ଭଉଣୀଙ୍କୁ ଅଲଗା କରିବାରେ ସଫଳ ହୋଇଥିଲେ ଡାକ୍ତର। ତେବେ ୨୦୦୩ରେ ଇରାନର ଯାଁଳା ଭଉଣୀ ଲାଡାନ ଓ ଲାଲେଙ୍କୁ ଅଲଗା କରିବାର ପ୍ରୟାସ ଫେଲ୍ ମାରିଥିଲା। ସିଙ୍ଗାପୁରର ହସ୍ପିଟାଲରେ ଅପରେସନ୍‌ର ମାତ୍ର କେଇ ଘଣ୍ଟା ଭିତରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

Related story