ଘରୁ ଡାକି ନେଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମନୁଗୁଲୁୱାଲସା ଗାଁରେ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ଗତକାଲି ରାତିରେ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଜି. ଆପ୍ପାରାଓ। ଘରୁ ଡାକି ନେଇ ମାଓବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କର ୨ଟି ଟ୍ରାକ୍ଟର ଓ ଗୋଟିଏ ଭ୍ୟାନ୍‌ ପୋଡି ଦେଇଛନ୍ତି। ଗତକାଲି ରାତିରେ ଆପ୍ପାରାଓ ଘରେ ଥିବା ବେଳେ ୧୦ରୁ ୧୫ ଜଣ ମହିଳା ଓ ପୁରୁଷ ମାଓବାଦୀ ଆସି ତାଙ୍କୁ ବାହାରକୁ ଡାକିଥିଲେ। ସେ […]

koraput

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 03:18 PM IST

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ମନୁଗୁଲୁୱାଲସା ଗାଁରେ ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ଗତକାଲି ରାତିରେ ହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ଜି. ଆପ୍ପାରାଓ। ଘରୁ ଡାକି ନେଇ ମାଓବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କର ୨ଟି ଟ୍ରାକ୍ଟର ଓ ଗୋଟିଏ ଭ୍ୟାନ୍‌ ପୋଡି ଦେଇଛନ୍ତି।

ଗତକାଲି ରାତିରେ ଆପ୍ପାରାଓ ଘରେ ଥିବା ବେଳେ ୧୦ରୁ ୧୫ ଜଣ ମହିଳା ଓ ପୁରୁଷ ମାଓବାଦୀ ଆସି ତାଙ୍କୁ ବାହାରକୁ ଡାକିଥିଲେ। ସେ ବାହାରକୁ ଆସିବା ପରେ ମାଓବାଦୀମାନେ ତାଙ୍କ ସହ କୌଣସି ବିଷୟକୁ ନେଇ ଆଲୋଚନା କରିଥିଲେ। ଏହାପରେ ମାଓବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ତେବେ ମାଓବାଦୀମାନେ ଆପ୍ପାରାଓଙ୍କୁ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Related story