ଯୁବବର୍ଗ ସଶକ୍ତ ହେଲେ ବିଜୁବାବୁଙ୍କ ଲକ୍ଷ୍ୟ ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ‍‍‍ଶତବାର୍ଷିକୀ। ଏହାକୁ ବିଜେଡି ପକ୍ଷରୁ ମହାଆଡମ୍ୱରରେ ପାଳନ କରାଯାଇଛି। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜୁବାବୁ ଥିଲେ ଓଡ଼ିଶାର ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ। ସେ ଜଣେ ବିଶାଳ ଅନୁଷ୍ଠାନ ଥିଲେ। ଜାତୀୟ ରାଜନୀତି ଶୀର୍ଷରେ  ଥାଇ ବି  ଲୋକଙ୍କୁ ନିଜ ପାଖରୁ ଛାଡିନଥିଲେ। ବିଜୁ ବାବୁ ଗରିବ […]

nabin pattanyak

Rakesh Mallick
  • Published: Saturday, 05 March 2016
  • , Updated: 05 March 2016, 03:08 PM IST

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ‍‍‍ଶତବାର୍ଷିକୀ। ଏହାକୁ ବିଜେଡି ପକ୍ଷରୁ ମହାଆଡମ୍ୱରରେ ପାଳନ କରାଯାଇଛି। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ବିଜୁବାବୁ ଥିଲେ ଓଡ଼ିଶାର ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ। ସେ ଜଣେ ବିଶାଳ ଅନୁଷ୍ଠାନ ଥିଲେ। ଜାତୀୟ ରାଜନୀତି ଶୀର୍ଷରେ  ଥାଇ ବି  ଲୋକଙ୍କୁ ନିଜ ପାଖରୁ ଛାଡିନଥିଲେ। ବିଜୁ ବାବୁ ଗରିବ ଓ ମହିଳାଙ୍କ ବିକାଶ ପ୍ରତି ଗୁରୁତ୍ୱ ଦେଉଥିଲେ। ଯୁବବର୍ଗ ସଶକ୍ତ ହେଲେ  ବିଜୁ ବାବୁଙ୍କ ଲକ୍ଷ୍ୟ ପୂରଣ ହେବ ବୋଲି  ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ।

ସେ କହିଥିଲେ, “ବିଜୁ ବାବୁ ଜାତୀୟ ଚେତନା ସହ ସେ ଓଡ଼ିଶାର ହକ୍ ପାଇଁ ଲଢୁଥିଲେ।  ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେଡି କାମ କରୁଛି ବୋଲି ସେ କହିଥିଲେ। ଜାତୀୟ ରାଜନୀତିର ଶୀର୍ଷରେ ଥାଇ ମଧ୍ୟ ଗରିବ ଲୋକଙ୍କ ଭରସାକୁ ସେ ସମ୍ମାନ ଦେଉଥିଲେ। ସେ ପଞ୍ଚାୟତକୁ ଅଧିକ କ୍ଷମତା ଦେବା ପାଇଁ ଗୁରୁତ୍ୱ ଦେଉଥିଲେ। ମହିଳାମାନଙ୍କ ଦକ୍ଷତା ଓ ପ୍ରତିଭାକୁ  ଦେଶର ବିକାଶରେ ଲଗାଇବା ପାଇଁ ସେ ସୁଯୋଗ ସୃଷ୍ଟି କରିଥିଲେ। ଭାଗୀରଥୀ ପରି ବିକାଶର ଗଙ୍ଗାକୁ ସେ ଗାଁ ଗୁଡିକରେ ପହଞ୍ଚାଇ ପାରିଥିଲେ। ସେ ଜାଣି ଥିଲେ ଯୁବକ ସମାଜ ଓଡ଼ିଶାର ପରିବର୍ତ୍ତନ ଆଣି ପାରିବ।”

ଆଜିଠାରୁ ଏକବର୍ଷ ପର୍ଯ୍ୟନ୍ତ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ କହିଥିଲେ,“ବିଜୁ ବାବୁ ଥିଲେ ସମସ୍ତଙ୍କର ସେ ଥିଲେ ଓଡ଼ିଆ ଜାତିର ମଉଡମଣି। ତେଣୁ ତାଙ୍କର ଜନ୍ମ ଶତବାର୍ଷିକୀ ପ୍ରତି ଗାଁରେ ପାଳନ କରାଯିବ। ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ୍ କରାଯିବ। ସେ ନିଜର ଆତ୍ମପ୍ରଚାର ଠାରୁ ବହୁ ଦୂରରେ ରହୁଥିଲେ। ସେ କାମରେ ବିଶ୍ୱାସ କରୁଥିଲେ। ତେଣୁ ତାଙ୍କର ଏଭଳି ଚିନ୍ତଧାର ପ୍ରତି ଗାଁ,  ଘର, ଯୁବକ, ଛାତ୍ର ଓ ମହିଳା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ଓଡ଼ିଆ ଜାତିର ସଫଳତା ଏବଂ ଓଡ଼ିଆ ଯୁବକ ସମାଜର ସଫଳତା ମଧ୍ୟରେ ସେ ସବୁଦିନ ବଞ୍ଚି ରହିଥିବେ।”

ସେ ’କହିଥିଲେ,“ଏବେ ଦଳରେ  ଏକ ସୋସିଓ –କଲଚରାଲ୍ ଫ୍ରଣ୍ଟ କାମ କରିବ। ଏହି ଫ୍ରଣ୍ଟ ମାଧ୍ୟମରେ  ଶିକ୍ଷା, ସ୍ୱାସ୍ଥ୍ୟ, ଅନ୍ଧବିଶ୍ୱାସ ଦୂର ଭଳି ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରକ୍ତଦାନ ସେବା, ବୟସ୍କଙ୍କ ଏବଂ ରୋଗୀଙ୍କ ସେବାରେ ମନୋନିବେଶ କରିବେ ଦଳୀୟ କର୍ମୀ। ସେହିଭଳି  ବିଭିନ୍ନ ପ୍ରାକୃତିକ ଦୁର୍ବିପାକ  ସମୟରେ ମଧ୍ୟରେ  ଦଳର କର୍ମୀମାନେ କାମ କରିବେ।”

ବିଜୁ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକ, ଦୋଳଗୋବିନ୍ଦ ପ୍ରଧାନ, ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ, ବୈଜ୍ଞାନିକ ଡକ୍ଟର ପି.କେ ଜେନା, ଅର୍ଥନୀତିଜ୍ଞ ବାସୁଦେବ ସାହୁଙ୍କ ସମେତ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related story