ଯୁକ୍ତଦୁଇ ଖାତା ଦେଖା ସମସ୍ୟା: ସଫଳ ହେଲାନି ବିକଳ୍ପ ବ୍ୟବସ୍ଥା, ଅଧ୍ୟାପକଙ୍କୁ ମନାଇବାକୁ ଉଦ୍ୟମ

ଭୁବନେଶ୍ୱର: ବିକଳ୍ପ ବ୍ୟବସ୍ଥା କରି ଯୁକ୍ତଦୁଇ ଖାତା ଦେଖା ସାରି ଦେବାକୁ ଗତକାଲି ପର୍ଯ୍ୟନ୍ତ ସରକାର କହୁଥିଲେ। ହେଲେ ଏହି ବିକଳ୍ପ ବ୍ୟବସ୍ଥା କରାଯିବା ଉଦ୍ୟମ ବିଫଳ ହୋଇଯିବା ପରେ ଏବେ ଆନ୍ଦୋଳନରତ ଅଧ୍ୟାପକଙ୍କ କଥା ମନେ ପଡିଛି ରାଜ୍ୟ ସରକାରଙ୍କର। ଅଧ୍ୟାପକମାନଙ୍କୁ ମନାଇବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏହାସହ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ ନେଇ ମନ୍ତ୍ରୀସ୍ତରୀୟ କମିଟିରେ ବି ଆଲୋଚନା ହୋଇଛି। ମାସକ ମଧ୍ୟରେ ଆନ୍ଦୋଳନରତ ଅଧ୍ୟାପକଙ୍କ ୨ଟି ଦାବି […]

+2 khata dekha

Rakesh Mallick
  • Published: Thursday, 07 April 2016
  • , Updated: 07 April 2016, 03:58 PM IST

ଭୁବନେଶ୍ୱର: ବିକଳ୍ପ ବ୍ୟବସ୍ଥା କରି ଯୁକ୍ତଦୁଇ ଖାତା ଦେଖା ସାରି ଦେବାକୁ ଗତକାଲି ପର୍ଯ୍ୟନ୍ତ ସରକାର କହୁଥିଲେ। ହେଲେ ଏହି ବିକଳ୍ପ ବ୍ୟବସ୍ଥା କରାଯିବା ଉଦ୍ୟମ ବିଫଳ ହୋଇଯିବା ପରେ ଏବେ ଆନ୍ଦୋଳନରତ ଅଧ୍ୟାପକଙ୍କ କଥା ମନେ ପଡିଛି ରାଜ୍ୟ ସରକାରଙ୍କର। ଅଧ୍ୟାପକମାନଙ୍କୁ ମନାଇବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଏହାସହ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ ନେଇ ମନ୍ତ୍ରୀସ୍ତରୀୟ କମିଟିରେ ବି ଆଲୋଚନା ହୋଇଛି। ମାସକ ମଧ୍ୟରେ ଆନ୍ଦୋଳନରତ ଅଧ୍ୟାପକଙ୍କ ୨ଟି ଦାବି ରାଜ୍ୟ ସରକାର ପୂରଣ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

କିନ୍ତୁ ସରକାରଙ୍କ ପ୍ରତିଶ୍ରୁତିର କୌଣସି ପ୍ରଭାବ ଅଧ୍ୟାପକମାନଙ୍କ ଉପରେ ପଡିନାହିଁ। ପୂର୍ଣ୍ଣ ଅନୁଦାନ ନ ମିଳିବା ପର୍ଯ୍ୟନ୍ତ ଖାତା ଦେଖିବେ ନାହିଁ ବୋଲି ନିଜ ଜିଦ୍‌ରେ ଅଧ୍ୟାପକ ସଂଘ ଅଟଳ ରହିଛି। ଫଳରେ ଆଜି ୪ର୍ଥ ଦିନରେ ମଧ୍ୟ ଖାତା ଦେଖା ପ୍ରଭାବିତ ହୋଇଛି। ଏପରିକି ଅନେକ କେନ୍ଦ୍ରରେ ଏପର୍ଯ୍ୟନ୍ତ ଖାତା ଦେଖା ଆରମ୍ଭ ମଧ୍ୟ ହୋଇ ପାରିନାହିଁ।

ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି, “୬୬୨ ବର୍ଗ ଅଧ୍ୟାପକଙ୍କ ଫାଷ୍ଟ ପୋଷ୍ଟ ଅନୁଦାନଯୋଗ୍ୟ ହେବା ଲାଗି ଥିବା ଛାତ୍ର ଉପସ୍ଥାନ କଟକଣାକୁ ହଟା ଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଗ୍ରୁପ୍‌-ଡି କର୍ମଚାରୀଙ୍କ ୨୦୦ ଟଙ୍କା ଗ୍ରେଡ ପେ’ ବୃଦ୍ଧି କରାଯିବାକୁ ସ୍ଥିର ହୋଇଛି। ବ୍ଲକଗ୍ରାଣ୍ଟ ଉଚ୍ଛେଦ ପାଇଁ ମନ୍ତ୍ରୀସ୍ତରୀୟ କମିଟିରେ ମଧ୍ୟ ବିଚାରବିମର୍ଶ ଚାଲିଛି।”

ହେଲେ ମନ୍ତ୍ରୀଙ୍କ ଏପରି ଆଶ୍ୱାସନା ଆନ୍ଦୋଳନରତ ଅଧ୍ୟାପକଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନାହିଁ। ବ୍ଲକ ଗ୍ରାଣ୍ଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦେବା ଜିଦ୍‌ରେ ଅଧ୍ୟାପକ ସଂଘ ଅଟଳ ରହିଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଅଧ୍ୟାପକମାନେ ଖାତା ଦେଖିବେ ନାହିଁ ବୋଲି କହିଛନ୍ତି।

୬୬୨ ବର୍ଗ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ କହିଛନ୍ତି, “ଆମର ମୁଖ୍ୟ ଦାବି ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପ୍ରଦାନ କରାଯାଉ। ହେଲେ ମନ୍ତ୍ରୀ ଓ ତାଙ୍କ କମିଟି ଚତୁରତାର ସହ ଏହି ଦାବିକୁ ଏଡ଼ାଇ ଦେଇଛନ୍ତି।”

୪୮୮ ବର୍ଗ ଅଧ୍ୟାପକ ସଂଘ ସଭାପତି ପବିତ୍ର ମହାଲା କହିଛନ୍ତି, “ଏ ନେଇ ସରକାର ସଂଘ ସହ ଆଲୋଚନା କରିନାହାନ୍ତି କି ନୀତିଗତ ନିଷ୍ପତ୍ତି ନେଇ ନାହାନ୍ତି। ସରକାର ଆମ ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ନାହାନ୍ତି। ପୁଣି ପ୍ରତିଶ୍ରୁତି ଦେଇ ପ୍ରହସନ କରୁଛନ୍ତି। ଆନ୍ଦୋଳନ ଜାରି ରହିବ।”

Related story