୨୧ ଜୁନ, ଗୁରୁବାର: ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ

ମେଷ: ଅନାବଶ୍ୟକ ଚିନ୍ତା କରନ୍ତୁନାହିଁ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନର ଯୋଗ ରହିଛି। ଏଥିରୁ ମୁକ୍ତି ପାଇବା ପାଇଁ ହଳଦୀ ଟିକା ଲଗାନ୍ତୁ।

ବୃଷ: ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। କାମକୁ ନେଇ ଚିନ୍ତିତ ରହିପାରନ୍ତି। ଅର୍ଥ ମିଳିବାର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ବହୁ ଭଲ ରହିଛି।

ମିଥୁନ୍‌: ଆଜିର ଦିନଟି ଅପଣଙ୍କ ପାଇଁ ବେଶୀ ଭଲ ନାହିଁ। କାହା ସହିତ ସମ୍ପର୍କ ସ୍ଥାପନ କଲା ବେଳେ ସତର୍କତା ଅବଲମ୍ୱନ କରନ୍ତୁ। ଅଫିସ୍‌ରେ ନିଜ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରିବାକୁ ଚେଷ୍ଟା କରନ୍ତୁ। କଦଳୀ ଦାନ କରନ୍ତୁ।

କର୍କଟ: ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। ଚାକିରି କ୍ଷେତ୍ରରେ ଉନ୍ନତି ଆସିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ନହେଲେ ଅସୁବିଧାରେ ପଡ଼ି ପାରନ୍ତି।

ସିଂହ: ଦୀର୍ଘ ଦିନରୁ ଅଟକିଥିବା କାମ ଆଜି ସମ୍ପୂର୍ଣ୍ଣ ହୋଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପ୍ରେମିକ ଓ ପ୍ରମିକାଙ୍କ ପାଇଁ ଦିନଟି ଭଲ ରହିଛି। ସେମାନେ ସେମାନଙ୍କ ପ୍ରେମ ସମ୍ପର୍କକୁ ଆଗକୁ ନେଇପାରିବେ।

କନ୍ୟା: ସମ୍ପତ୍ତି ଗତ ସମସ୍ୟା ଥିଲେ ଦୂର ହେବ। ଦୀର୍ଘ ଦିନରୁ ଅଟକିଥିବା କାମ ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ସୁଧାର ଆସିବ।

ତୁଳା: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

ବିଛା: ଆଜି ଆପଣଙ୍କ ଚିନ୍ତା କମ୍‌ ହେବ। ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନହେଲେ ଅଜଥାରେ ବିବାଦ ଭିତରେ ଫସି ଯିବେ।

ଧନୁ: ଅର୍ଥ ମିଳିବାର ଯୋଗ ରହିଛି। ପଦ ଓ ପ୍ରତିଷ୍ଠାନରେ ସମ୍ମାନ ମିଳିବ। ଅଟକିଥିବା କାମ ପୂର୍ଣ୍ଣ ହେବ। ଦୂର ଯାତ୍ରା କରିବାର ଯୋଗ ରହିଛି।

 ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପରିବାରରେ ମଙ୍ଗଳ ହେବ। ଦୂର ଯାତ୍ରାରେ ଯାଇପାରନ୍ତି। ଦୀର୍ଘ ଦିନରୁ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ।

କୁମ୍ଭ: ବହୁ ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଜୀବନ ସାଥୀଙ୍କ ସହିତ ତାଳମେଳ ରହିବ ନାହିଁ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ।

 ମୀନ: ଆଜିର ଦିନଟି ଆପଣଙ୍କ ବେଶୀ ଭଲ ନାହିଁ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ ନାହିଁ। ଦୁର୍ଘଟଣାର ଘଟିବାର ଯୋଗ ରହିଛି। ତେଣୁ ରାସ୍ତାରେ ଗଲାବେଳେ ଉଭୟ ପାର୍ଶ୍ୱକୁ ଦେଖି ଯାଆନ୍ତୁ।