ଜୁନ ୨୭ରୁ ମାଆଙ୍କ ସହ ମୁମ୍ବାଇ ଯାଇଛନ୍ତି ବୁଦ୍ଧିଆ !

ଭୁବନେଶ୍ୱର: ୱାଣ୍ଡରବୟ ବୁଦ୍ଧିଆ ସିଂ ନିଖୋଜ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଜୁନ ୨୭ ତାରିଖରେ ଇଣ୍ଡିଗୋ ବିମାନରେ ମୁମ୍ବାଇ ନିଜ ମାଆଙ୍କ ସହ ଯାଇଛନ୍ତି ବୁଦ୍ଧିଆ। ସ୍ପୋର୍ଟସ ହଷ୍ଟେଲ ଛାଡି ବୁଦ୍ଧିଆ ମାଆ ସୁକାନ୍ତିଙ୍କ ସହ ରାଜ୍ୟ ବାହାରକୁ ଯିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ସେ ମୁମ୍ବାଇରେ ଅଛନ୍ତି କି ଓଡ଼ିଶା ଫେରିଲେଣି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଜୁନ ୨୭ ତାରିଖରେ […]

budhia

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 09:04 PM IST

ଭୁବନେଶ୍ୱର: ୱାଣ୍ଡରବୟ ବୁଦ୍ଧିଆ ସିଂ ନିଖୋଜ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଜୁନ ୨୭ ତାରିଖରେ ଇଣ୍ଡିଗୋ ବିମାନରେ ମୁମ୍ବାଇ ନିଜ ମାଆଙ୍କ ସହ ଯାଇଛନ୍ତି ବୁଦ୍ଧିଆ। ସ୍ପୋର୍ଟସ ହଷ୍ଟେଲ ଛାଡି ବୁଦ୍ଧିଆ ମାଆ ସୁକାନ୍ତିଙ୍କ ସହ ରାଜ୍ୟ ବାହାରକୁ ଯିବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ସେ ମୁମ୍ବାଇରେ ଅଛନ୍ତି କି ଓଡ଼ିଶା ଫେରିଲେଣି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଜୁନ ୨୭ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଯିବାକୁ ବୁଦ୍ଧିଆ ଏବଂ ତାଙ୍କ ମାଆଙ୍କ ନାମରେ ଇଣ୍ଡିଗୋ ବିମାନର ଫ୍ଳାଇଟ ନମ୍ବର ୬ଇ-୫୫୨ରେ ଇ-ଟିକେଟ୍‌ ନମ୍ବର 03YZGB ଓ 03YZGBରେ ଦୁଇଟି ଟିକଟ୍‌ ବୁକ ହୋଇଥିଲା। ଉକ୍ତ ଦିନ ସେମାନେ ମୁମ୍ବାଇ ଯାତ୍ରା ମଧ୍ୟ କରିଛନ୍ତି। ସେମାନେ ବ୍ୟକ୍ତିଗତ କାମରେ ମୁମ୍ବାଇ ଯାଇଛନ୍ତି କି ଅନ୍ୟ କିଛି କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆସନ୍ତା ଅଗଷ୍ଟ ୫ ତାରିଖରେ ବୁଦ୍ଧିଆଙ୍କୁ ନେଇ ନିର୍ମିତ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ ରିଲିଜ ହେବ। ଏହି ଫିଲ୍ମର ପ୍ରମୋସନ ପାଇଁ ବୁଦ୍ଧିଆ ଏବଂ ସୁକାନ୍ତି ମୁମ୍ବାଇ ଯାଇଥିଲେ କି? ଫିଲ୍ମ ପ୍ରଯୋଜନା ସଂସ୍ଥା ସେମାନେ ମୁମ୍ବାଇ ଯାଇଥିବା ନେଇ କାହିଁକି ସ୍ପଷ୍ଟ କରୁନାହାନ୍ତି? ଯଦି ଯାଇଥିଲେ ସେମାନେ ଓଡ଼ିଶା ଫେରିଛନ୍ତି କି? ଯଦି ଫେରିଛନ୍ତି ଘରକୁ ନ ଆସି ଏବେ କେଉଁଠି ଅଛନ୍ତି? ଏହିଭଳି ଅନେକ ପ୍ରଶ୍ନ କ୍ରୀଡ଼ାପ୍ରାମୀଙ୍କୁ ଆନ୍ଦୋଳିତ କରୁଛି।

ଜୁଲାଇ ୭ ତାରିଖରେ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ ଫିଲ୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ଓଟିଭି ପ୍ରତିନିଧି ନିରଞ୍ଜନ ରେଡ୍ଡିଙ୍କ ପାଖକୁ ପଠାଇଥିବା ଏସ୍‌ଏମ୍‌ଏସ୍‌ ଘଟଣାକୁ ଆହୁରି ସନ୍ଦେହ ମଧ୍ୟକୁ ନେଇଯାଉଛି। ସୌମେନ୍ଦ୍ର ନିରଞ୍ଜନଙ୍କ ପାଖକୁ ପଠାଇ ଥିବା ଏସ୍‌ଏମ୍‌ଏସ୍‌ରେ ଉଲ୍ଲେଖ କରିଛନ୍ତି, “ବୁଦ୍ଧିଆ ମୁମ୍ବାଇରେ ନାହାନ୍ତି, କିନ୍ତୁ ଆମେ ତାଙ୍କୁ ଫିଲ୍ମ ପ୍ରମୋସନ ପାଇଁ ଡାକିବାକୁ ଯୋଜନା କରୁଛୁ।”

ବୁଦ୍ଧିଆ ଏବଂ ସୁକାନ୍ତି ୧୩ ଦିନ ହେବ ମୁମ୍ବାଇ ଗଲେଣି। ଏହାପର ଠାରୁ ସେମାନଙ୍କର କୌଣସି ଖୋଜଖବର ନାହିଁ। ତାଙ୍କ ଘର ଲୋକ ମଧ୍ୟ ଏହାକୁ ନେଇ କିଛି ସ୍ପଷ୍ଟ କରୁନାହାନ୍ତି। ବୁଦ୍ଧିଆ ଏବେ କେଉଁଠି ଅଛନ୍ତି ଓ କିପରି ପରିସ୍ଥିତିରେ ଅଛନ୍ତି ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।

Related story