ଅଟୋ ଉପରେ ଚଢ଼ିଗଲା ଡମ୍ପର, ୪ ଛାତ୍ରଛାତ୍ରୀଙ୍କ ସମେତ ୫ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେବଳଙ୍ଗ କୋଏମ୍ୱା ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଡମ୍ପରଟିଏ ଧକ୍କା ଦେବାରୁ ଟଳି ପଡ଼ିଛନ୍ତି ୪ ଛାତ୍ରଛାତ୍ରୀଙ୍କ ଏବଂ ଅଟୋ ଚାଳକ। ମୃତକଙ୍କ ମଧ୍ୟରେ ଜଣେ ଛାତ୍ରୀ ଅଛନ୍ତି। ଗୁରୁତର ଆହତ ଅନ୍ୟ ୧୦ ଛାତ୍ରଛାତ୍ରୀଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଡମ୍ପର ଚାଳକ ଫେରାର ହୋଇଯାଇଛି।  ଅଟୋରେ ମୋଟ୍‌ ୧୩ ଜଣ ପିଲା ବସିଥିଲେ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ […]

accident

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 10:06 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେବଳଙ୍ଗ କୋଏମ୍ୱା ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଅଟୋକୁ ଡମ୍ପରଟିଏ ଧକ୍କା ଦେବାରୁ ଟଳି ପଡ଼ିଛନ୍ତି ୪ ଛାତ୍ରଛାତ୍ରୀଙ୍କ ଏବଂ ଅଟୋ ଚାଳକ। ମୃତକଙ୍କ ମଧ୍ୟରେ ଜଣେ ଛାତ୍ରୀ ଅଛନ୍ତି। ଗୁରୁତର ଆହତ ଅନ୍ୟ ୧୦ ଛାତ୍ରଛାତ୍ରୀଙ୍କୁ ଲହୁଣିପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଡମ୍ପର ଚାଳକ ଫେରାର ହୋଇଯାଇଛି।  ଅଟୋରେ ମୋଟ୍‌ ୧୩ ଜଣ ପିଲା ବସିଥିଲେ ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣାରେ ୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Related story