ନାବାଳିକା ଭାଣିଜୀ ଦେହରେ ନିଆଁ ଲଗାଇ ଦେଲା ସଂପର୍କୀୟ ମାମୁ

ଭବାନୀପାଟଣା: କମେଣ୍ଟମରାକୁ କେନ୍ଦ୍ର କରି ଜଣେ ନାବାଳିକାକୁ ତା’ର ସଂପର୍କୀୟ ମାମୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଅନ୍ୟପକ୍ଷରେ ନାବାଳିକାର ସଂପର୍କୀୟ ମାମୁ ବୁଲୁ ଦାସ ଓ ତାଙ୍କର ସହଯୋଗୀ ସାନ ସାହୁଙ୍କୁ ନର୍ଲା ଥାନା ପୋଲିସ୍ ଅଟକ ରଖି ପଚରାଉଚରା କରୁଛି। ଏହି ବୀଭତ୍ସ ଓ ଅମାନବୀୟ ଘଟଣାଟି ଘଟିଛି […]

girlburnt

Rakesh Mallick
  • Published: Thursday, 12 January 2017
  • , Updated: 12 January 2017, 01:31 PM IST

ଭବାନୀପାଟଣା: କମେଣ୍ଟମରାକୁ କେନ୍ଦ୍ର କରି ଜଣେ ନାବାଳିକାକୁ ତା’ର ସଂପର୍କୀୟ ମାମୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  ଅନ୍ୟପକ୍ଷରେ ନାବାଳିକାର ସଂପର୍କୀୟ ମାମୁ ବୁଲୁ ଦାସ ଓ ତାଙ୍କର ସହଯୋଗୀ ସାନ ସାହୁଙ୍କୁ ନର୍ଲା ଥାନା ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।

ଏହି ବୀଭତ୍ସ ଓ ଅମାନବୀୟ ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ମଧପୁର ଗାଁରେ। ଅଭିଯୋଗ ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଝିଅଟି ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ବୁଲୁ ଓ ସାନ ତାକୁ ଅଶ୍ଳୀଳ ଭାଷାରେ କମେଣ୍ଟ୍ କରିଥିଲେ। ଝିଅଟି ସେଠାରୁ ଫେରି ଆସି ତା’ ମା’କୁ ସବୁ କଥା କହିଥିଲା। ତା’ ମା ଯାଇ ବୁଲୁ ଓ ସାନଙ୍କୁ ଏ ବିଷୟରେ ପଚାରିଥିଲେ। ତେବେ ସେମାନେ ଓଲଟି ତାଙ୍କୁ ଧମକ ଦେଇଥିଲେ ଓ ପାଟି ଖୋଲିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ସାନର ମା’ ମଧ୍ୟ ଆମକୁ ଧମକଚମକ ଦେଇଥିଲା।  ସନ୍ଧ୍ୟା ପ୍ରାୟ ୬ଟା ବେଳେ ଝିଅଟିର ବାପାମା’ ଘରେ ନ ଥିବା ବେଳେ ସାନ ଓ ବୁଲୁ ଘରେ ପଶି ତା’ର ପାଟି ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

କଳାହାଣ୍ଡିର ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ଦାସ କହିଛନ୍ତି,“ବୁଲୁ ଦାସ ଓ ସାନ ସାହୁକୁ ଅଟକ ରଖି ପଚରାଉଚରା କରାଯାଉଛି। ପ୍ରମାଣ ମିଳିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story