କଳାହାଣ୍ଡିରେ ହେବ ସରକାରୀ ମେଡ଼ିକାଲ କଲେଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାନ୍ଧରେ ପତ୍ନୀଙ୍କ ମୃଦଦେହ ବୋହିବା ଘଟଣାକୁ ନେଇ ବିଶ୍ୱ ଦରବାରରେ ଚର୍ଚ୍ଚିତ ହୋଇଥିବା କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ବେଦାନ୍ତ କମ୍ପାନୀ ୧୦୦ କୋଟି ଟଙ୍କା ଦେବ ବୋଲି ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି। ଆଜି ବେଦାନ୍ତ ଗ୍ରୁପ୍‌ର ମୁଖ୍ୟ ଅଗ୍ରୱାଲ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏଥିରେ ବେଦାନ୍ତକୁ ବକ୍ସସାଇଟ୍‌ ଯୋଗାଣ ଓ […]

naveen

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 03:31 PM IST

ଭୁବନେଶ୍ୱର: କାନ୍ଧରେ ପତ୍ନୀଙ୍କ ମୃଦଦେହ ବୋହିବା ଘଟଣାକୁ ନେଇ ବିଶ୍ୱ ଦରବାରରେ ଚର୍ଚ୍ଚିତ ହୋଇଥିବା କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ବେଦାନ୍ତ କମ୍ପାନୀ ୧୦୦ କୋଟି ଟଙ୍କା ଦେବ ବୋଲି ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି।

ଆଜି ବେଦାନ୍ତ ଗ୍ରୁପ୍‌ର ମୁଖ୍ୟ ଅଗ୍ରୱାଲ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏଥିରେ ବେଦାନ୍ତକୁ ବକ୍ସସାଇଟ୍‌ ଯୋଗାଣ ଓ ଝାରସୁଗୁଡ଼ାରେ ଆଲୁମିନିୟମ୍‌ ପାର୍କ ଉପରେ ଆଲୋଚନା ହୋଇଛି। ବେଦାନ୍ତକୁ ଓଡ଼ିଶା ମାଇନିଂ କର୍ପୋରେଶନ୍‌(ଓଏମ୍‌ସି) ଜରିଆରେ ବକ୍ସସାଇଟ୍‌ ଯୋଗାଇ ଦିଆଯିବ। ମାର୍ଚ୍ଚ ସୁଦ୍ଧା ସମସ୍ତ ସମସ୍ୟା ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଅଗ୍ରୱାଲଙ୍କୁ ଆଶ୍ୱାସନା ଦେଇଛନ୍ତି।

Related story