କନ୍ଧମାଳ ଘଟଣା: ଗୁଳିକାଣ୍ଡ ସ୍ଥଳ ଅନୁଧ୍ୟାନ କଲେ ଏସଆଇଟି ଟିମ୍‌

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ଘଟଣାର ପଚରାଉଚରା ଜରି ରଖିଛି ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି)। ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ପ୍ରଥମ ଦିନରେ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ସ୍ଥଳର ଅନୁଧ୍ୟାନ କରିଛନ୍ତି। ପିଡବ୍ଲ୍ୟୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ ଏସ୍‌ପି ପିନାକ ମିଶ୍ରଙ୍କ ସହ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି। କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୫ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ଏସ୍‌ସି କମିଶନ ନୋଟିସ୍‌ […]

Kandhamal SIT,,

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 10:22 PM IST

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ଘଟଣାର ପଚରାଉଚରା ଜରି ରଖିଛି ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି)। ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍‌ ପ୍ରଥମ ଦିନରେ ବାଲିଗୁଡ଼ା ଯାଇ ଗୁଳିକାଣ୍ଡ ସ୍ଥଳର ଅନୁଧ୍ୟାନ କରିଛନ୍ତି। ପିଡବ୍ଲ୍ୟୁଡି ଆଇବିରେ ବାଲିଗୁଡ଼ା ଆଇଆଇସି, ଏସ୍‌ଓଜି ଓ କନ୍ଧମାଳ ଏସ୍‌ପି ପିନାକ ମିଶ୍ରଙ୍କ ସହ ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି।

କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ୫ ନୀରିହ ଲୋକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜାତୀୟ ଏସ୍‌ସି କମିଶନ ନୋଟିସ୍‌ କରିଛନ୍ତି। ଜାତୀୟ ଏସ୍‌ସି କମିଶନ ଅଧ୍ୟକ୍ଷ ପି.ଏଲ. ପୁନିଆ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଏସ୍‌ଓଜି ନିର୍ଦ୍ଦେଶକଙ୍କୁ ଏହି ନୋଟିସ ଜାରି କରିଛନ୍ତି। ଏଥିରେ ସେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ରିପୋର୍ଟ ଦାଖଲ କରିବା ସହ ସେମାନଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆଇନ ଲାଗୁ କରିବାକୁ ଦର୍ଶାଇଛନ୍ତି। ଏହାସହ ମୃତକଙ୍କ ପରିବାର ବର୍ଗଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତା କମ ବୋଲି କମିଶନ କହିଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳ ଘଟଣା ପ୍ରତିବାଦରେ ସମ୍ବଲପୁରରେ ଆଦିବାସୀ ସଂଘ ରାସ୍ତାକୁ ଓହ୍ଲାଇଛି। ‘ଓଡ଼ିଶା ଆଦିବାସୀ ଦରବାର’ ପକ୍ଷରୁ ଆଜି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୃତକଙ୍କ ପରିବାର ବର୍ଗଙ୍କୁ ୧ କୋଟି ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଦାବି କରିଛନ୍ତି। ଏହାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ କୁହାଯାଇଛି।

ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିରୋଧ ଦେଖିବାକୁ ମିଳିଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ମୃତକଙ୍କ ପରିବାର ସଦସ୍ୟଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଦାବି ସଂଘ ଦାବି କରିଛି। ପରେ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ୯ ଦଫାର ଏକ ଦାବିପତ୍ର ଏଡିଏମ୍‌ଙ୍କୁ ପ୍ରଦାନ କରିଥିଲେ।

Related story