କନ୍ଧମାଳ ଗୁଳିକାଣ୍ଡ: କଂଗ୍ରେସର ଅଧିକାର ଯାତ୍ରା ଶେଷ

କନ୍ଧମାଳ: କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ପ୍ରତିବାଦରେ କଂଗ୍ରେସର ଅଧିକାର ଯାତ୍ରା ଆଜି ଶେଷ ହୋଇଛି। ଶେଷ ଦିନରେ ମହାସିଂଙ୍ଗ ଠାକୁରାଣୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ବାଲିଗୁଡ଼ା ସହର ଦେଇ ପିଡ଼ବ୍ଲୁଡି ଛକ ପର୍ଯ୍ୟନ୍ତ ଯିବା ପରେ ସେଠାରେ ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅନୁସୂଚିତ ବିଭାଗ ଅଧ୍ୟକ୍ଷ କେ. ରାଜୁ, ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ରାଜସ୍ଥାନର ଜଣେ ବିଧାୟକ ଦେବେନ୍ଦ୍ର ସିଂ ମାଲଭିଆ, ପିସିସି ସଭାପତି […]

kandamal,,,

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 08:58 PM IST

କନ୍ଧମାଳ: କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ପ୍ରତିବାଦରେ କଂଗ୍ରେସର ଅଧିକାର ଯାତ୍ରା ଆଜି ଶେଷ ହୋଇଛି। ଶେଷ ଦିନରେ ମହାସିଂଙ୍ଗ ଠାକୁରାଣୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ବାଲିଗୁଡ଼ା ସହର ଦେଇ ପିଡ଼ବ୍ଲୁଡି ଛକ ପର୍ଯ୍ୟନ୍ତ ଯିବା ପରେ ସେଠାରେ ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅନୁସୂଚିତ ବିଭାଗ ଅଧ୍ୟକ୍ଷ କେ. ରାଜୁ, ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ରାଜସ୍ଥାନର ଜଣେ ବିଧାୟକ ଦେବେନ୍ଦ୍ର ସିଂ ମାଲଭିଆ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ହେମାନନ୍ଦ ବିଶ୍ୱାଳ, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ, ପ୍ରଦୀପ ମାଝୀ ଓ କଂଗ୍ରେସ ବିଧାୟକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବିଭିନ୍ନ ବ୍ଲକରୁ ପ୍ରାୟ ୧୦ହଜାର ଦଳୀୟକର୍ମୀ ମଧ୍ୟ ଯୋଗ ଦେଇ ଥିଲେ।

ଅଧିକାର ଯାତ୍ରା ପାଇଁ ବାଲିଗୁଡ଼ାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।  ସହରରେ ୧୦ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ୩୦ ଜଣ ଅଫିସର ନିୟୋଜିତ ହୋଇଥିଲେ।

ଗତ ୯ ତାରିଖରେ ଗୁମୁଡ଼ାମାହା ଠାରେ କନ୍ଧମାଳ ଅଧିକାର ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ।

Related story