କଟକ ଶିଶୁ ଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ଶିଶୁ ଆହତ

 କଟକ: କଟକ ଶିଶୁଭବନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ଶିଶୁର ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶିଶୁଭବନରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତଦନ୍ତ ପରେ ତ୍ରୁଟି ପରିଲକ୍ଷିତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ କରି ଆସନ୍ତା ୭ଦିନ ଭିତରେ ରିପୋର୍ଟ […]

katak-sishu-bhawan

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 10:11 AM IST

 କଟକ: କଟକ ଶିଶୁଭବନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ଶିଶୁର ମୁଣ୍ଡ ଏବଂ ପେଟରେ ଆଘାତ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶିଶୁଭବନରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତଦନ୍ତ ପରେ ତ୍ରୁଟି ପରିଲକ୍ଷିତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ କରି ଆସନ୍ତା ୭ଦିନ ଭିତରେ ରିପୋର୍ଟ ଦେବାକୁ ବୈଷୟିକ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, କଂଗ୍ରେସ୍ ନେତା ମହମ୍ମଦ ମୋକିମ୍ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ୨୪ଟି ବେଡ୍ ବିଶିଷ୍ଟ ନ୍ୟୁ ବର୍ଣ୍ଣ ୱାର୍ଡର ୱାର୍ମର୍ ଲାଇଟର ହୋଲଡରରେ ସର୍ଟସର୍କିଟ ହୋଇ ପ୍ରଥମେ ନିଆଁ ଲାଗିଥିଲା। ଧୀରେ ଧୀରେ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପି ଯାଇଥିଲା। ଏହି ସମୟରେ ୱାର୍ଡରେ ଥିବା ସମସ୍ତ ୨୦ଜଣ ଶିଶୁଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାର କିଛି ସମୟ ମଧ୍ୟରେ ୱାର୍ଡ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନିଆଁରେ ପୋଡ଼ି ନଷ୍ଟ ହୋଇ ଯାଇଥିଲା।

Related story