କେନ୍ଦ୍ରାପଡା ପୂର୍ବତନ ଏସପି ସତୀଶ ଗଜଭିୟେ ନିଲମ୍ବିତ: ନିଲମ୍ବନକୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ୱାଗତ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିଲ ରୁଲର ଉଲ୍ଲଘଂନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଆଇଜିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସସପେଣ୍ଡ କରିଛନ୍ତି। ସାରଥି ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡା ଅଶାନ୍ତ ହୋଇପଡିଥିବା ବେଳେ ଏସପି ଥିଲେ ସତୀଶ ଗଜଭିୟେ। ତାଙ୍କ ଉପସ୍ଥିତିରେ ଆନ୍ଦୋଳନରତ ଜନତାଙ୍କ […]

sp

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 05:32 PM IST

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିଲ ରୁଲର ଉଲ୍ଲଘଂନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଆଇଜିଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସସପେଣ୍ଡ କରିଛନ୍ତି।

ସାରଥି ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡା ଅଶାନ୍ତ ହୋଇପଡିଥିବା ବେଳେ ଏସପି ଥିଲେ ସତୀଶ ଗଜଭିୟେ। ତାଙ୍କ ଉପସ୍ଥିତିରେ ଆନ୍ଦୋଳନରତ ଜନତାଙ୍କ ଉପରେ ଲାଠିମାଡ଼କୁ ନେଇ ବିବାଦ ଘେରକୁ ଚାଲିଆସିଥିଲେ ଗଜଭିୟେ। ଏହାପରେ ତାଙ୍କୁ ବଦଳି କରାଯାଇଥିଲା। ତାଙ୍କ ସ୍ଥାନରେ ନିତୀନଜିତ ସିଂହ ହୋଇଥିଲେ କେନ୍ଦ୍ରାପଡା ଏସପି। ଖାଲି ସେତିକି ନୁହେଁ ବେଆଇନ ଜମି ଜବରଦଖଲ ଅଭିଯୋଗ ବି ଆସିଥିଲା ତାଙ୍କ ନାଁରେ। ବିରୋଧୀଦଳ ସମେତ ରାଜ୍ୟରେ ବହୁ ଅନୁଷ୍ଠାନ ତାଙ୍କୁ ନିଲମ୍ୱନ କରିବାକୁ ଦାବି କରିଥିଲେ। ଗଜଭିୟେଙ୍କ ନିଲମ୍ୱନକୁ ସ୍ୱାଗତ କରିଛନ୍ତି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ କହିଛନ୍ତି ସତୀଶଙ୍କ ବିରୋଧରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ଯେଉଁ ଅଭିଯୋଗ ଆସିଛି ତାହା ଗୁରୁତର।ଏହାର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ସେ କହିଛନ୍ତି। ରାଜ୍ୟ ବାର କାଉନସିଲ ଅଧ୍ୟକ୍ଷ ମାନସ ରାୟ କହିଛନ୍ତି ଯେ, ଠିକ ସମୟରେ ସରକାର ଉଚିତ ପଦକ୍ଷେପ ନେଇଛନ୍ତି।ବିଜେପିର ବରିଷ୍ଠ ନେତା ବିଶ୍ୱ ଭୂଷଣ ହରିଚନ୍ଦନ କହିଛନ୍ତି, ଏହା ଜନ ଅସନ୍ତୋଷର ପ୍ରଭାବ।ଏହା ଜନତାଙ୍କ ବିଜୟ। ସରକାର ତାଙ୍କୁ ତୁରନ୍ତ ନିଲମ୍ବନ କରିବାର ଥିଲା। ନିଲମ୍ବନ ବି ଦଣ୍ଡ ନୁହଁ, ଆସନ୍ତାକାଲି ଡିଜି ଅଫିସ ଘେରାଉ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହେବ ନାହିଁ । ତାଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କରାଯାଉ ବୋଲି ବିଶ୍ୱଭୂଷଣ ଦାବି କରିଛନ୍ତି ।ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ, ସତୀଶ ଗଜଭିୟେଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ  ନିଲମ୍ବିନ କରବା ସ୍ୱାଗତଯୋଗ୍ୟ ବିଷୟ। ବହୁ ବିଚାର ବିମର୍ଷ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଛି। ସତୀଶଙ୍କଠାରୁ ପରବର୍ତ୍ତୀ ସମୟରେ ଉତ୍ତର ମଗାଯିବ। ଏହାକୁ ଭିତ୍ତି କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ‍‍ବୋଲି ସେ କହିଛନ୍ତି। ସେହିପରି ହାଇକୋର୍ଟ ବାର ଆସୋସିଏସନ ସଭାପତି ଅଶୋକ ମହାପାତ୍ର କହିଛନ୍ତି, ସରକାର ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଇନଜୀବୀ ମହଲରେ ଏହାକୁ ସ୍ୱାଗତ କରାଯାଉଛି। ଗଜଭିୟେଙ୍କଠାରୁ ଉତ୍ତର ମଗାଯାଇ ବହୁବିଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ‍ବୋଲି ସେ ଦାବି କରିଛନ୍ତି।

Related story