କେନ୍ଦ୍ରାପଡ଼ା: ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ୧୦ ନମ୍ୱର ଜୋନ୍‌ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସାବିତ୍ରୀ କୁଣ୍ଡୁଙ୍କ ପୁଅ ଗଣେଶଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ପ୍ରଚାର ସାରି ଘରକୁ ଫେରୁଥିବା ବେଳେ ଗଣଷଶଙ୍କୁ ଅପହରଣ କରାଯାଇଛି। ଏନେଇ ତାଙ୍କ ବାପା ଅଭିଯୋଗ କରିବା ପରେ ପାଟକୁରା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଜି ସକାଳେ ଜିରାଳ ରାସ୍ତା ପାର୍ଶ୍ୱରୁ ଗଣେଶଙ୍କ […]

kendrapada-ru-bjp

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 11:25 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ୧୦ ନମ୍ୱର ଜୋନ୍‌ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସାବିତ୍ରୀ କୁଣ୍ଡୁଙ୍କ ପୁଅ ଗଣେଶଙ୍କୁ ଗତକାଲି ରାତିରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ପ୍ରଚାର ସାରି ଘରକୁ ଫେରୁଥିବା ବେଳେ ଗଣଷଶଙ୍କୁ ଅପହରଣ କରାଯାଇଛି। ଏନେଇ ତାଙ୍କ ବାପା ଅଭିଯୋଗ କରିବା ପରେ ପାଟକୁରା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜି ସକାଳେ ଜିରାଳ ରାସ୍ତା ପାର୍ଶ୍ୱରୁ ଗଣେଶଙ୍କ ବୁଲେଟ୍‌ ଓ ବିଲ ମଝିରୁ ତାଙ୍କ ମୋବାଇଲ ମିଳିଥିଲା। ପୋଲିସ ବାଇକ୍‌ ଓ ମୋବାଇଲ ଜବତ କରିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଜି ପାଟକୁରାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ବିଜେପି କର୍ମୀ ପାଟକୁରା-ଜିରାଳ-ଟିକନପୁର ରାସ୍ତା ଅବରୋଧ କରିଛନ୍ତି।

ଗତ ୧୩ ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ ରାମଚନ୍ଦ୍ରପୁର ପଞ୍ଚାୟତର ୮ଟି ବୁଥ୍‌ ଜବରଦଖଲ କରାଯାଇଥିଲା। ଏଥିପାଇଁ ଆସନ୍ତା ୧୮ ତାରିଖରେ ଏଠାରେ ସାନି ନିର୍ବାଚନ କରାଯିବ।

Related story