ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଡାକ୍ତର ଗଣିବେ ଦୁଇ ଲକ୍ଷ ଟଙ୍କାର ତଣ୍ଡ

କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳା କାରଣରୁ ଜଣେ ଡାକ୍ତରଙ୍କୁ ଦୁଇ ଲକ୍ଷ ଟଙ୍କାର ଜରିମାନା। ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)। ସମ୍ପୃକ୍ତ ଡାକ୍ତର ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭାସ୍କର ଚନ୍ଦ୍ର କର। ୨୦୧୫ ଏପ୍ରିଲ ୧୦ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ବାଇପଦା ଗାଁର ବାସୁଦେବ ନାୟକଙ୍କ ଝିଅ ସୁଜାତାଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେହି ସମୟରେ […]

C93mCffVwAAwpCt

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 04:02 PM IST

କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳା କାରଣରୁ ଜଣେ ଡାକ୍ତରଙ୍କୁ ଦୁଇ ଲକ୍ଷ ଟଙ୍କାର ଜରିମାନା। ଏହି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)। ସମ୍ପୃକ୍ତ ଡାକ୍ତର ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭାସ୍କର ଚନ୍ଦ୍ର କର।

୨୦୧୫ ଏପ୍ରିଲ ୧୦ ତାରିଖରେ ପଟ୍ଟାମୁଣ୍ଡାଇ ଥାନା ବାଇପଦା ଗାଁର ବାସୁଦେବ ନାୟକଙ୍କ ଝିଅ ସୁଜାତାଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେହି ସମୟରେ ଦାୟିତ୍ୱରେ ଥିବା ଡାକ୍ତର ଭାସ୍କର ଚନ୍ଦ୍ର କର ତାଙ୍କୁ ଚିକିତ୍ସା କରିବାରେ ବିଳମ୍ୱ କରିଥିଲେ। ଫଳରେ ସୁଜାତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ସୁଜାତାଙ୍କ ମୃତ୍ୟୁ ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ପରିବାର ଲୋକେ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ ହୋଇଥିଲା।

Related story