ନିର୍ବାଚନ ଫଳାଫଳ ଘୋଷଣା ପରେ ଇସ୍ତଫା ଦେବେ କିଶୋର ତରାଇଙ୍କ ପତ୍ନୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାରରେ ଅନିୟମିତତା ପ୍ରସଙ୍ଗ ନୂଆ ମୋଡ ନେଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜ ପଦରୁ ଇସ୍ତଫା ଦେବେ ବିଧାୟକ କିଶୋର ତରାଇଙ୍କ ପତ୍ନୀ ତଥା ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବବିତା। ଏନେଇ ଆଜି ସୂଚନା ଦେଇଛନ୍ତି କିଶୋର। ପେଣ୍ଠପାଳ ପଞ୍ଚାୟତରେ ନିଜ ପତ୍ନୀଙ୍କ ପାଇଁ ଚଞ୍ଚକତା ହୋଇଥିବା ଅଭିଯୋଗକୁ ବିଧାୟକ କିଶୋର ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ବିରୋଧୀ ହୋ-ହଲ୍ଲା କରୁଥିବାରୁ ବିଜୟୀ ଘୋଷଣା ପରେ ବବିତା ଇସ୍ତଫା […]

kesore chandra

Rakesh Mallick
  • Published: Thursday, 26 January 2017
  • , Updated: 01 February 2017, 04:24 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାରରେ ଅନିୟମିତତା ପ୍ରସଙ୍ଗ ନୂଆ ମୋଡ ନେଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ନିଜ ପଦରୁ ଇସ୍ତଫା ଦେବେ ବିଧାୟକ କିଶୋର ତରାଇଙ୍କ ପତ୍ନୀ ତଥା ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବବିତା। ଏନେଇ ଆଜି ସୂଚନା ଦେଇଛନ୍ତି କିଶୋର।

ପେଣ୍ଠପାଳ ପଞ୍ଚାୟତରେ ନିଜ ପତ୍ନୀଙ୍କ ପାଇଁ ଚଞ୍ଚକତା ହୋଇଥିବା ଅଭିଯୋଗକୁ ବିଧାୟକ କିଶୋର ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ବିରୋଧୀ ହୋ-ହଲ୍ଲା କରୁଥିବାରୁ ବିଜୟୀ ଘୋଷଣା ପରେ ବବିତା ଇସ୍ତଫା ଦେଇ ପୁଣି ଥରେ ମଇଦାନକୁ ଓହ୍ଲାଇ ପ୍ରତିଦ୍ୱନ୍ଦିତା କରିବେ।”

ଏହାର ଜବାବ ରଖିଛି କଂଗ୍ରେସ। ପ୍ରାର୍ଥିପତ୍ର ପ୍ରତ୍ୟାହାର ଅନିୟମିତତାରେ ବିଧାୟକ ସମ୍ପୃକ୍ତ ଅଛନ୍ତି, ତାହା ପ୍ରମାଣିତ ହୋଇଯାଇଛି। ତୁରନ୍ତ ସେ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଚଞ୍ଚକତା କରିଥିବା ବିଡ଼ିଓଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରି ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଏହାଛଡ଼ା ଯେଉଁମାନେ ଏହି ଅପରାଧୀକ କାର୍ଯ୍ୟରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥିପତ୍ର ପ୍ରତ୍ୟାହାରରେ ଅନିୟମିତତା ହୋଇଛି। ଏହି ଅନିୟମିତତା ବିଧାୟକଙ୍କ ପ୍ରରୋଚନାରେ ବିଡିଓ କରିଛନ୍ତି। ତେବେ ଆଜି ବିଧାୟକ ନୈତିକତାର କଥା କହୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି।

ବିଜେପି ସାଧାରଣ ସମ୍ପାଦକ  ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ବିଧାୟକଙ୍କ ପ୍ରରୋଚନାରେ ଜଣେ ବିଡିଓ ଚଞ୍ଚକତା କଲେ। ଏହି ସମୟରେ ଜିଲ୍ଲା ପ୍ରଶାସନ ଚୁପ୍‌ ହୋଇ ବସିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ନଷ୍ଟ କରିବାକୁ ଜଣେ ବିଧାୟକଙ୍କୁ କିଏ ଅଧିକାର ଦେଲା?”

Related story