ବିଜେଡିର ‘ଇନ୍‌ ଆଉଟ୍‌’ ରାଜନୀତିରେ ନୂଆ ଟୁଇଷ୍ଟ; ବୈଜୟନ୍ତ କହିଲେ, କିଛି ନେତାକୁ ବାହାର କରିବାକୁ ଚାଲିଛି ଷଡଯନ୍ତ୍ର

ଭୁବନେଶ୍ୱର: ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରି ପାରନ୍ତି। ଗତକାଲି ଏପରି ସଂକେତ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଛାଡ଼ିଥିବା ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଥିଲେ। ଏପରି ଚର୍ଚ୍ଚାକୁ ନେଇ ଆଜି ବଜେଡିର ବିରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ବିଗତ ଦିନରେ କିଛି ଭଲ ନେତା ଷଡଯନ୍ତ୍ରର ଶିକାର ହୋଇ […]

panda

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 06:38 PM IST

ଭୁବନେଶ୍ୱର: ବିଜେଡି ଛାଡ଼ିଥିବା ପୁରୁଣା ନେତା ଦଳକୁ ଫେରି ପାରନ୍ତି। ଗତକାଲି ଏପରି ସଂକେତ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ଛାଡ଼ିଥିବା ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଅଣାଯିବ କି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ ନବୀନ ଏହା କହିଥିଲେ। ଏପରି ଚର୍ଚ୍ଚାକୁ ନେଇ ଆଜି ବଜେଡିର ବିରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ବିଗତ ଦିନରେ କିଛି ଭଲ ନେତା ଷଡଯନ୍ତ୍ରର ଶିକାର ହୋଇ ଦଳରୁ ବାହାରି ଯାଇଥିଲେ। ସେଭଳି ନେତା ଯଦି ଦଳକୁ ଫେରନ୍ତି ତାହାହେଲେ ଦଳ ପାଇଁ ଭଲ। ଏବେ ମଧ୍ୟ ଦଳରେ କିଛି ନେତାଙ୍କୁ ବାହାର କରିବାକୁ ଷଡଯନ୍ତ୍ର ଚାଲିଛି। ଏହି ଷଡଯନ୍ତ୍ରରେ ସେମାନେ ଯେପରି ସଫଳ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର।”

ସେ କହିଛନ୍ତି,“ଏବେ ଯେଉଁ ନେତାମାନେ ଷଡଯନ୍ତ୍ରରେ ଶିକାର ହେଉଛନ୍ତି, ସେମାନଙ୍କୁ ଦଳରେ ରଖାଯାଉ। ଅନ୍ୟ ଯିଏ ବାହାରେ ଅଛନ୍ତି ସେମାନଙ୍କୁ ଅଣାଗଲେ ସ୍ୱାଗତ କରିବି।”

କନ୍ଧମାଳ ଜିଲ୍ଲା କଳିଙ୍ଗ ବିଇଡି କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ ବୈଜୟନ୍ତ ପଣ୍ଡା। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ପଣ୍ଡା ଏପରି ବୟାନ ଦେଇଛନ୍ତି।

ବରିଷ୍ଠ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଯଦି କିଛି ତଥ୍ୟ ଅଛି ଗଣମାଧ୍ୟମରେ ନକହି ସଭାପତିଙ୍କୁ ଜଣାନ୍ତୁ। ଯାହା ପରାମର୍ଶ ଦେବା କଥା ସଭାପତିଙ୍କୁ ଭେଟି ଦେଲେ ଭଲ ହେବ। ଷଡଯନ୍ତ୍ର ନେଇ ଯଦି କିଛି ଖବର ଅଛି ସଭାପତିଙ୍କୁ କହିଲେ ଭଲ। ବାହାରେ ଆଲୋଚନା କଲେ ତାହାର ନାନା କଦର୍ଥ ହେବ।”

ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ବିଜେଡି ଆତ୍ମସମୀକ୍ଷାର ସମୟ ସ୍ତମ୍ଭକୁ ନେଇ ବିଜେଡି ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। ସେପଟେ ବିଭିନ୍ନ ନେତାଙ୍କ ସ୍ତମ୍ଭ ଓ ବାୟାନବାଜିକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ ଦଳର କୌଣସି ନେତା ନାକାରତ୍ମକ ମନ୍ତବ୍ୟ ଦେବାକୁ ଚାହିଁଲେ ଗଣମାଧ୍ୟମକୁ ନଯାଇ ତାଙ୍କୁ ଜଣାନ୍ତୁ ବୋଲି ନବୀନ କହିଥିଲେ।

Related story