କେନ୍ଦୁଝର ନାବାଳିକା ଗଣବଳାତ୍କାର ମାମଲା: ୫ଜଣଙ୍କୁ ଫାଶି ଦଣ୍ଡାଦେଶ

କେନ୍ଦୁଝର: ବେଲକୁଣ୍ଡି ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାରେ ୫ଜଣଙ୍କୁ ଫ।ଶି ଦଣ୍ଡାଦେଶ ଦିଆଯାଇଛି। ୨୯ଜଣଙ୍କ ସାକ୍ଷ୍ୟ ନେବା ପରେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୨ ଅଗଷ୍ଟ ୧ ତାରିଖରେ ବଡବିଲ ଥାନା ବେଲକୁଣ୍ଡି ଗାଁର ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ୭ଜଣ ଦୁର୍ବୃତ୍ତ ତାଙ୍କୁ ନିକଟସ୍ଥ ବାଘିଆ ହୁଡିକୁ ଉଠାଇ ନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏ ନେଇ ଥାନାରେ ଅଭିଯୋଗ […]

hatya

Rakesh Mallick
  • Published: Monday, 23 November 2015
  • , Updated: 24 November 2015, 05:56 AM IST

କେନ୍ଦୁଝର: ବେଲକୁଣ୍ଡି ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାରେ ୫ଜଣଙ୍କୁ ଫ।ଶି ଦଣ୍ଡାଦେଶ ଦିଆଯାଇଛି। ୨୯ଜଣଙ୍କ ସାକ୍ଷ୍ୟ ନେବା ପରେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୨ ଅଗଷ୍ଟ ୧ ତାରିଖରେ ବଡବିଲ ଥାନା ବେଲକୁଣ୍ଡି ଗାଁର ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ୭ଜଣ ଦୁର୍ବୃତ୍ତ ତାଙ୍କୁ ନିକଟସ୍ଥ ବାଘିଆ ହୁଡିକୁ ଉଠାଇ ନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ଅଭିଯୋଗ ହେବା ପରେ ପୋଲିସ ୫ଜଣଙ୍କୁ ଗିରଫ କରିଥିଲା।

ଫାଶି ଦଣ୍ଡାଦେଶ ପାଇଥିବା ଆସାମୀମାନେ ହେଲେ ମଙ୍ଗଳ ମୁଣ୍ଡା, ମାଟା ମୁଣ୍ଡା, ହରଜିତ ସିଂ, ଜିତେନ ମୁଣ୍ଡା ଏବଂ ବିଶ୍ୱନାଥ ଗୋପ। ଏମାନେ ସମସ୍ତେ ବେଲକୁଣ୍ଡି ଅଞ୍ଚଳର। ଏହି ଘଟଣାରେ ଏବେ ବି ଦୁଇଜଣ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି। ସେପଟେ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଉପରକୋର୍ଟରେ ଆବେଦନ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ ଅନାଦି ଗିରି କହିଛନ୍ତି।

Related story