ଖାଦ୍ୟ ସୁରକ୍ଷା ଆଇନ ଲାଗୁ ପ୍ରସଙ୍ଗ: ଅକ୍ଟୋବର ୧୦ ସୁଦ୍ଧା ରାସନ୍ କାର୍ଡ ବାଣ୍ଟିବାକୁ ୧୪ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ନଭେମ୍ୱର ପହିଲାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଅକ୍ଟୋବର ୧୦ ସୁଦ୍ଧା ରାସନ୍ କାର୍ଡ ବାଣ୍ଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଓ ଯୋଗାଣ ବିଭାଗ। ବାକି ୧୬ ଜିଲ୍ଲାରେ ଅକ୍ଟୋବର ୩୧ ସୁଦ୍ଧା ରାସନ କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି। ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ ଆସନ୍ତା ୧୪ ତାରିଖ ଭିତରେ […]

madhusudanpadhee

madhusudanpadhee

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 02:36 PM IST

madhusudanpadheeଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ନଭେମ୍ୱର ପହିଲାରୁ ରାଜ୍ୟର ୧୪ଟି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଅକ୍ଟୋବର ୧୦ ସୁଦ୍ଧା ରାସନ୍ କାର୍ଡ ବାଣ୍ଟିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ଖାଦ୍ୟ ଓ ଯୋଗାଣ ବିଭାଗ। ବାକି ୧୬ ଜିଲ୍ଲାରେ ଅକ୍ଟୋବର ୩୧ ସୁଦ୍ଧା ରାସନ କାର୍ଡ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି।

ଖାଦ୍ୟ ଓ ଯୋଗାଣ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି ଯେ ଆସନ୍ତା ୧୪ ତାରିଖ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ଡାଟାବେସ୍ ଅପଡେଟ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। କେନ୍ଦ୍ର ସରକାର ଚାହୁଁଥିବା ଚୂଡ଼ାନ୍ତ ପ୍ରାଏରିଟି ଲିଷ୍ଟ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଚିଠିରେ କୁହାଯାଇଛି। ସେପ୍ଟେମ୍ବର ଶେଷ ବେଳକୁ ରେସନ୍ କାର୍ଡ ପ୍ରିଣ୍ଟ ହୋଇ ୧୦ ଅକ୍ଟୋବର ସୁଦ୍ଧା ବଣ୍ଟାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨୪ ସେପଟମ୍ୱର ସୁଦ୍ଧା ଡାଟାବେସ୍ ଅପଡେଟ୍  କରି  ୩୧ ଅକ୍ଟୋବର ସୁଦ୍ଧା ରାସନ କାର୍ଡ ଦେବାକୁ କୁହାଯାଇଛି।

ପୁରୀ, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଜଗତସିଂହପୁର ପରି କିଛି ଜିଲ୍ଲାରେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା ବିଳମ୍ୱ ହୋଇଛି। ଆବେଦନକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଏପରି ସ୍ଥିତି ଉପୁଜିଛି ବୋଲି କୁହାଯାଇଛି।

ଖାଦ୍ୟ ଓ ଯୋଗାଣ ବିଭାଗର ହିସାବ ଅନୁସାରେ ୭୩ ଲକ୍ଷରୁ ଅଧିକ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ ଦିଆଯିବ। ଏବେ ସୁଦ୍ଧା ୫୨ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହୋଇଛନ୍ତି। ଏହି ଆଇନ୍ ଲାଗୁ ହେଲେ ରାଜ୍ୟର ୩ କୋଟି ୨୬ ଲକ୍ଷ ଲୋକ ରିହାତି ଦରରେ ୫କେଜି ଚାଉଳ କିମ୍ୱା ଗହମ ପାଇବେ। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos