ଖଣିଜ ପରିବହନ ନେଇ ଖୁବଶୀଘ୍ର ଇ-ଅକ୍ସନ ବ୍ୟବସ୍ଥା : ଖଣି ସଚିବ ଆର.କେ ଶର୍ମା  

ଭୁବନେଶ୍ୱର: ଖଣିଜ ପରିବହନ ନେଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ଖୁବଶୀଘ୍ର ଏନେଇ ଇ-ଅକ୍ସନ ଆରମ୍ଭ ହେବ। ପରିବହନ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଆଇ-୩ ଏମ୍ଏସ୍ ବ୍ୟବସ୍ଥାକୁ ଲାଗୁ କରାଯିବ। ପରିବହନ କରୁଥିବା ଟକ୍ରରେ ମଧ୍ୟ ଜିପିଏସ ବ୍ୟବସ୍ଥା କରାଯିବ। ରାଜ୍ୟର ଖଣିଜ ପଦାର୍ଥ ପରିବହନ ନେଇ ମଙ୍ଗଳବାର ସଚିବାଳୟରେ ରାଜ୍ୟସ୍ତରୀୟ ଟାସ୍କଫେ।ର୍ସ ବୈଠକ ବସିଥିଲା। ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖଣି ସଚିବ ଆର.କେ ଶର୍ମା। ସେ କହିଛନ୍ତି ଯେ, ପରିବହନ କ୍ଷେତ୍ରରେ ଅନିୟମିତତା […]

khani meeting

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 09:26 AM IST

ଭୁବନେଶ୍ୱର: ଖଣିଜ ପରିବହନ ନେଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ଖୁବଶୀଘ୍ର ଏନେଇ ଇ-ଅକ୍ସନ ଆରମ୍ଭ ହେବ। ପରିବହନ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଆଇ-୩ ଏମ୍ଏସ୍ ବ୍ୟବସ୍ଥାକୁ ଲାଗୁ କରାଯିବ। ପରିବହନ କରୁଥିବା ଟକ୍ରରେ ମଧ୍ୟ ଜିପିଏସ ବ୍ୟବସ୍ଥା କରାଯିବ। ରାଜ୍ୟର ଖଣିଜ ପଦାର୍ଥ ପରିବହନ ନେଇ ମଙ୍ଗଳବାର ସଚିବାଳୟରେ ରାଜ୍ୟସ୍ତରୀୟ ଟାସ୍କଫେ।ର୍ସ ବୈଠକ ବସିଥିଲା। ବୈଠକ ପରେ ଏହି ସୂଚନା ଦେଇଛନ୍ତି ଖଣି ସଚିବ ଆର.କେ ଶର୍ମା। ସେ କହିଛନ୍ତି ଯେ, ପରିବହନ କ୍ଷେତ୍ରରେ ଅନିୟମିତତା ହୋଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ମୁଖ୍ୟ ଶାସନ ସଚିବ ଗୋକୂଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୋଲିସ ଡିଜି ସଞ୍ଜୀବ ମାରିକ ଏବଂ ଖଣି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଏହି ନିଷ୍କର୍ସ ବାହାର କରିଛନ୍ତି।

ସେହିପରି ଖଣିଜ ପରିବହନ କ୍ଷେତ୍ରରେ ବ୍ୟବହୃତ ଟ୍ରକଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥାକୁ କଡାକଡ଼ି ଲାଗୁ କରିବାକୁ ମଧ୍ୟ ନିଷ୍ପତି ହୋଇଛି।

Related story