ଖୋର୍ଦ୍ଧା: ଗ୍ୟାସ୍‌ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ, ୩ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବ୍ରାହ୍ମଣକୋଶଡ଼ିହ ଗାଁରେ ଆଜି ସକାଳେ ଏନଏଚ୍‌-୧୬ କଡ଼ରେ ଛିଡ଼ା ହୋଇଥିବା ଏକ ଗ୍ୟାସ୍‌ ଟ୍ୟାଙ୍କରକୁ ଟମାଟୋ ବୋଝେଇ ଟ୍ରକଟିଏ ପଛଆଡୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ କେଶବ ପାଇକରା ଓ ସନାତନ ମହାରଣା। ଏନଏଚ୍‌-୧୬ କଡ଼ରେ ଗ୍ୟାସ୍‌ ଟ୍ୟାଙ୍କରଟି ଛିଡ଼ା ହୋଇଥିବା ବେଳେ ଟମାଟୋ ବୋଝେଇ ଟ୍ରକ୍‌ଟି ଦ୍ରୁତ ଗତିରେ […]

khodha

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 01:22 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ବ୍ରାହ୍ମଣକୋଶଡ଼ିହ ଗାଁରେ ଆଜି ସକାଳେ ଏନଏଚ୍‌-୧୬ କଡ଼ରେ ଛିଡ଼ା ହୋଇଥିବା ଏକ ଗ୍ୟାସ୍‌ ଟ୍ୟାଙ୍କରକୁ ଟମାଟୋ ବୋଝେଇ ଟ୍ରକଟିଏ ପଛଆଡୁ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ କେଶବ ପାଇକରା ଓ ସନାତନ ମହାରଣା।

ଏନଏଚ୍‌-୧୬ କଡ଼ରେ ଗ୍ୟାସ୍‌ ଟ୍ୟାଙ୍କରଟି ଛିଡ଼ା ହୋଇଥିବା ବେଳେ ଟମାଟୋ ବୋଝେଇ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ଏହାକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟମାଟୋ ବୋଝେଇ ଟ୍ରକ୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଏକ କେବିନ୍ ଉପରେ ଓଲଟି ପଡ଼ିଥିଲା। ସେଠାରେ ବସି ଚାହା ପିଉଥିବା ଦୁଇ ଜଣ ବ୍ୟକ୍ତି ଟ୍ରକ୍‌ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ସେହିପରି ଧକ୍କା ଖାଇଥିବା ଗ୍ୟାସ୍ ଟ୍ୟାଙ୍କରଟି ରାସ୍ତା କଡ଼ରେ ଥିବା ଏକ ଚାହା ଦୋକାନ ଉପରକୁ ମାଡ଼ି ଯାଇଥିଲା। ଫଳରେ ସେଠାରେ ଛିଡ଼ା ହୋଇଥିବା ଚାରି ଜଣ ଲୋକ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବାଲୁଗାଁ ଡାକ୍ତରଖାନାକୁ ନିଆଯାଇଥିଲା।

ସ୍ଥାନୀୟ ତହସିଲଦାର ଓ ପୋଲିସ୍  ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ।

Related story