ଖୋର୍ଦ୍ଧା: ଋଣ ଶୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଖୋର୍ଦ୍ଧା: ସମ୍ବଲପୁର ଓ ବଲାଙ୍ଗିର ପରେ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଋଣ ଶୁଝି ନପାରିବାରୁ ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଅଭିମନ୍ୟୁ ବଳିୟାର ସିଂହ। ଗତକାଲି ରାତିରେ ଅଭିମନ୍ୟୁ ଘରକୁ ଫେରି ନ ଥିଲେ। ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କୁ ବିଲ ଭିତରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ସଗେଂ […]

farmer

Rakesh Mallick
  • Published: Sunday, 11 October 2015
  • , Updated: 11 October 2015, 10:40 AM IST

ଖୋର୍ଦ୍ଧା: ସମ୍ବଲପୁର ଓ ବଲାଙ୍ଗିର ପରେ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଋଣ ଶୁଝି ନପାରିବାରୁ ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଅଭିମନ୍ୟୁ ବଳିୟାର ସିଂହ।

ଗତକାଲି ରାତିରେ ଅଭିମନ୍ୟୁ ଘରକୁ ଫେରି ନ ଥିଲେ। ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କୁ ବିଲ ଭିତରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ସଗେଂ ସଂଗେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିସାଳୟକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବେଗୁନିଆ ପୋଲିସ ଏକ ଅପମୃତ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅଭିମନ୍ୟୁ ବୋଲଗଡ ବ୍ଲକର ସଲତରା ମିନି ବ୍ୟାଙ୍କ ଏବଂ ଧଳାପଥର ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ କରିଥିଲେ। ଗୋଟିଏ ପଟେ ଋଣ ବୋଝ ଏବଂ ଅନ୍ୟପଟେ ଧାନ ଫସଲ ଉଜୁଡି ଯିବା ପରେ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ଭାଇ ଶରତଚନ୍ଦ୍ର ବଳିୟାରସିଂହ କହିଛନ୍ତି। ସରକାରୀ ସହାୟତା ପାଇଁ ସେମାନେ ଦାବି କରିଛନ୍ତି।

ଫସଲହାନୀ ଯୋଗୁଁ ଗତକାଲି ସମ୍ବଲପୁରର ଯୁଯୁମରା ଥାନା ଅନ୍ତର୍ଗତ ଝରଝରି ଗାଁରେ ସନାତନ ମିର୍ଦ୍ଧା ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଫସଲ ନଷ୍ଟ ହୋଇଯିବା ଯୋଗୁଁ ସେ କିଛି ଦିନ ହେଲା ଚିନ୍ତାରେ ଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଋଣ ଶୁଝି ନପାରି ଶୁକ୍ରବାର ଆତ୍ମହତ୍ୟା କରିଥିଲେ। ଭକ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ସ୍ୱାମୀ ବ୍ୟାଙ୍କରୁ ୧୧ ପ୍ରତିଶତ ସୁଧ ହାରରେ ୧୭ହଜାର ଟଙ୍କା ଋଣ ଆଣିଥିଲେ। ଏହି ଟଙ୍କାରେ ସେ ଏକ ପାଣି ପମ୍ପ୍ କିଣିଥିଲେ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସେ ଋଣ ଶୁଝି ପାରି ନଥିଲେ। ତେଣୁ ବ୍ୟାଙ୍କ ପକ୍ଷରୁ ନୋଟିସ୍ ପଠାଯାଇଥିଲା।  ଏପଟେ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କର ଚାରି ଏକର ମଧ୍ୟରୁ ସର୍ବାଧିକ ଭାଗ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଏସବୁ ଘଟଣାକୁ ନେଇ ଭକ୍ତ ମାନସିକ ଭାରସାମ୍ୟ ହରାଇଥିଲେ। ଆଉ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

Related story