ଖୋର୍ଦ୍ଧା: ଜ୍ୱାଇଁର ଗୁଳିମାଡ଼ରେ ଶ୍ୱଶୁର ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧାର ତଳସାହିରେ ଆଜି ଜଣେ ଓକିଲଙ୍କ ଚାମ୍ବରରେ ଜ୍ୱାଇଁଙ୍କ ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ତାଙ୍କ ନାଁ କଣ୍ଠ ଜେନା। ତାଙ୍କ ଘର ସୋରଣରେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଅଭିଯୁକ୍ତକୁ ଲୋକେ ଧରି ପୋଲିସ୍ ଜିମା ଦେଇଛନ୍ତି। ପୋଲିସ୍ ବନ୍ଧୁକଟିକୁ ଜବତ କରିଛି। ସୂଚନା ଅନୁସାରେ ଅଭିଯୁକ୍ତ ଗଙ୍ଗାଧର ସ୍ତ୍ରୀଙ୍କ ଚରିତ୍ରରେ ସନ୍ଦେହ କରି ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ତେବେ […]

shoot

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 11:27 PM IST

ଖୋର୍ଦ୍ଧା: ଖୋର୍ଦ୍ଧାର ତଳସାହିରେ ଆଜି ଜଣେ ଓକିଲଙ୍କ ଚାମ୍ବରରେ ଜ୍ୱାଇଁଙ୍କ ଗୁଳି ମାଡ଼ରେ ଶ୍ୱଶୁର ଗୁରୁତର ହୋଇଛନ୍ତି। ତାଙ୍କ ନାଁ କଣ୍ଠ ଜେନା। ତାଙ୍କ ଘର ସୋରଣରେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଅଭିଯୁକ୍ତକୁ ଲୋକେ ଧରି ପୋଲିସ୍ ଜିମା ଦେଇଛନ୍ତି। ପୋଲିସ୍ ବନ୍ଧୁକଟିକୁ ଜବତ କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ ଗଙ୍ଗାଧର ସ୍ତ୍ରୀଙ୍କ ଚରିତ୍ରରେ ସନ୍ଦେହ କରି ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ତେବେ ଶ୍ୱଶୁର ଘର ପକ୍ଷରୁ ଗଙ୍ଗାଧରଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଅଣାଯାଇଥିଲା। ଏ ନେଇ କଣ୍ଠ ଝିଅକୁ ଧରି ତଳସାହିରେ ଥିବା ଓକିଲଙ୍କ ଘରକୁ ଯାଇଥିଲେ। ଗଙ୍ଗାଧର ନିଜ ସହଯୋଗୀଙ୍କ ସହ ସେଠାରେ ପହଞ୍ଚି ଗୁଳି ଚଳାଇଥିଲେ।

ସ୍ଥାନୀୟ ଲୋକେ ଗଙ୍ଗାଧରକୁ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଗଙ୍ଗାଧରଙ୍କ ପତ୍ନୀ ପିନାକୀ ବଳିୟାରସିଂହ କହିଛନ୍ତି, “୩ ବର୍ଷ ହେଲା ସେ ମୋତେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ୨ ମାସ ହେବ ମୋ ବାପା, ମାଆ ମୋତେ ନେଇ ଘରେ ରଖିଥିଲେ। କୋର୍ଟରେ କେସ ଦେବା ପାଇଁ ଓକିଲଙ୍କ ପାଖକୁ ଆଲୋଚନା ପାଇଁ ଆସିଥିବା ବେଳେ ମୋ ସ୍ୱାମୀ ଗୁଳି କରିଥିଲେ।”

ଖୋର୍ଦ୍ଧା ଥାନା ଅଧିକାରୀ ରଣଜିତ ସାହୁ କହିଛନ୍ତି, “କଣ୍ଠ ଜେନାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଖୋକା ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯିବା ସହ ଘଟଣାର ତଦନ୍ତ କରାଯାଉଛି।”

Related story