ଅପହୃତ ଡାକ୍ତରଙ୍କୁ ଛାଡ଼ି ଦେଲେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଅପହୃତ ହୋଇଥିବା ଜଣେ ଡାକ୍ତରଙ୍କୁ ଅପହରଣକାରୀମାନ ୨ ଘଣ୍ଟା ପରେ ବାଟମଙ୍ଗଳା ଛକ ନିକଟରେ ଛାଡ଼ି ଦେଇଥିଲେ। ପୋଲିସ୍ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ତାଙ୍କ ନାଁ ପ୍ରଦୀପ କୁମାର ଦାସ। ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ। ଅଭିଯୋଗ ଅନୁସାରେ ଖୋର୍ଦ୍ଧା ସଦର ଥାନା ଗଉଡପୁଟ ଗାଁର ଜଣେ ଅସୁସ୍ଥ ଶିଶୁକୁ ଆଜି ସକାଳେ ଡାକ୍ତରଖାନା ଅଣାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ପ୍ରଦୀପ ଶିଶୁଟିର ପ୍ରାଥମିକ ଚିକିତ୍ସା […]

khurda docter

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 08:46 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଅପହୃତ ହୋଇଥିବା ଜଣେ ଡାକ୍ତରଙ୍କୁ ଅପହରଣକାରୀମାନ ୨ ଘଣ୍ଟା ପରେ ବାଟମଙ୍ଗଳା ଛକ ନିକଟରେ ଛାଡ଼ି ଦେଇଥିଲେ। ପୋଲିସ୍ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲା। ତାଙ୍କ ନାଁ ପ୍ରଦୀପ କୁମାର ଦାସ। ସେ ଜଣେ ଶିଶୁ ରୋଗ ବିଶେଷଜ୍ଞ।

ଅଭିଯୋଗ ଅନୁସାରେ ଖୋର୍ଦ୍ଧା ସଦର ଥାନା ଗଉଡପୁଟ ଗାଁର ଜଣେ ଅସୁସ୍ଥ ଶିଶୁକୁ ଆଜି ସକାଳେ ଡାକ୍ତରଖାନା ଅଣାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ପ୍ରଦୀପ ଶିଶୁଟିର ପ୍ରାଥମିକ ଚିକିତ୍ସା କରି କଟକ ସ୍ଥାନାନ୍ତର କରିଦେଇଥିଲେ। ଆମ୍ବୁଲାନ୍ସରେ ଶିଶୁଟିକୁ କଟକ ନିଆଯାଉଥିବା ବେଳେ ବାଟରେ ତା’ର ମୃତ୍ୟୁ ଘଟିଥିଲା। ପରେ ମୃତ ଶିଶୁର ସମ୍ପର୍କୀୟ ହଠାତ୍‌ ଡାକ୍ତରଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଧମକଚମକ ଦେବା ସହ ଏକ ବାଇକ୍‌ରେ ବସାଇ ଅପହରଣ କରି ନେଇଥିଲେ। ଖବର ପାଇଁ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପୂରା ସହରରେ ନାକାବନ୍ଦୀ କରି ସ୍ୱତନ୍ତ୍ର ଟିମ୍‌ ସାହାଯ୍ୟରେ ଖୋଜା ଆରମ୍ଭ କରିଦେଇଥିଲା। ୨ ଘଣ୍ଟା ପରେ ଅପହରଣକାରୀ ପ୍ରଦୀପଙ୍କୁ ବାଇପାସ୍‌ ଛକ ବାଟମଙ୍ଗଳା ମନ୍ଦିର ନିକଟରେ ଛାଡି ଚାଲି ଯାଇଥିବା ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

ପ୍ରଦୀପ ନିଜେ ଜଣେ ହୃଦ ରୋଗୀ ହୋଇଥିବାରୁ ଉଦ୍ଧାର ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା।

ତେବେ ଖୋର୍ଦ୍ଧା ମେଡିକାଲରେ ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବା ପ୍ରତିବାଦରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ହସ୍ପିଟାଲ ପରିସରରେ ଫାଣ୍ଡି ପ୍ରତିଷ୍ଠା ଦାବିରେ କର୍ମଚାରୀମାନେ କାମ ଛାଡି ଧାରଣାରେ ବସିଥିଲେ। ନିଜେ ଡାକ୍ତର ପ୍ରଦୀପ ମଧ୍ୟ କର୍ମଚାରୀମାନଙ୍କ ସହ ଧାରଣାରେ ଯୋଗ ଦେଇଥିଲେ।

ଅତିରିକ୍ତ ଏସ୍‌ପି ପ୍ରତାପ କୁମାର ସ୍ୱାଇଁ କହିଛନ୍ତି,“ଅପହରଣକାରୀଙ୍କୁ ଖୋଜା ଚାଲିଛି। ଏହି ଘଟଣାରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

 

Related story