ଅନ୍ୟର ଏପରି ଲକ୍ଷଣ, ଯାହା ବଦଳାଇ ଦେଇପାରେ ଆପଣଙ୍କ ଭାଗ୍ୟ

ଶାରୀରିକ ଅଙ୍ଗର ବିଶ୍ଲେଷଣ କରି ବ୍ୟକ୍ତିର ଚରିତ୍ର ବର୍ଣ୍ଣନା କରିବାକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚାଲିଚଳନ, କଥା, ଲକ୍ଷଣରୁ ବ୍ୟକ୍ତିର  ଭାଗ୍ୟଶାଳୀ କି ନୁହେଁ ସେ ବିଷୟରେ ଜଣାପଡିଥାଏ। କିଛି ଲୋକ  ନିଜେ ଭାଗ୍ୟଶାଳୀ ହେବା ସହ ଅନ୍ୟର ଭାଗ୍ୟ ବଦଳାଇବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି। ଏପରି ଲୋକ ପାଖରେ ଥିଲେ ପ୍ରତିକ୍ଷେତ୍ରରେ ସଫଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଥିବା ବ୍ୟକ୍ତି ଭାଗ୍ୟ ବଦଳାଇବାରେ ସହାୟକ […]

lucky

lucky

Rakesh Mallick
  • Published: Monday, 11 December 2017
  • Updated: 11 December 2017, 09:32 AM IST

Sports

Latest News

ଶାରୀରିକ ଅଙ୍ଗର ବିଶ୍ଲେଷଣ କରି ବ୍ୟକ୍ତିର ଚରିତ୍ର ବର୍ଣ୍ଣନା କରିବାକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚାଲିଚଳନ, କଥା, ଲକ୍ଷଣରୁ ବ୍ୟକ୍ତିର  ଭାଗ୍ୟଶାଳୀ କି ନୁହେଁ ସେ ବିଷୟରେ ଜଣାପଡିଥାଏ। କିଛି ଲୋକ  ନିଜେ ଭାଗ୍ୟଶାଳୀ ହେବା ସହ ଅନ୍ୟର ଭାଗ୍ୟ ବଦଳାଇବାକୁ ମଧ୍ୟ ସକ୍ଷମ ହୋଇଥାନ୍ତି। ଏପରି ଲୋକ ପାଖରେ ଥିଲେ ପ୍ରତିକ୍ଷେତ୍ରରେ ସଫଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଲକ୍ଷଣ ଥିବା ବ୍ୟକ୍ତି ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାନ୍ତି।

୧. ଓଠତଳେ କଳାଜାଇ ଥିବା ବ୍ୟକ୍ତିମାନେ ସବୁ କାମରେ ସଫଳତା ପାଇବା ସହ ଅନ୍ୟ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

୨. ଯେଉଁ ମହିଳାଙ୍କ ଆଖି ବଡ,ସୁନ୍ଦର ଓ କୋମଳ ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ।ଏହି ମହିଳାମାନେ ଯେଉଁଠି ରୁହନ୍ତି ସୁଖ ଶାନ୍ତିରେ ଭରିଯାଏ। ଏମାନେ ଅନ୍ୟର  ଭାଗ୍ୟ ବଦଳାଇବାରେ ସକ୍ଷମ ହୋଇଥାନ୍ତି ।

୩. ଯେଉଁ ମହିଳାଙ୍କ କେଶ ଅଣ୍ଟା ପର୍ଯ୍ୟନ୍ତ ଲମ୍ୱିଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି ।

୪. ଆଖିତଳେ କଳାଜାଇ ଥିବା ଲୋକ ସାଧାରଣତଃ ଧନୀ ହୋଇଥାନ୍ତି। ବିଶ୍ୱାସ ରହିଛି, ଏମାନେ ଅନ୍ୟର ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାନ୍ତି।

୫. ଯେଉଁ ବ୍ୟକ୍ତିର ପାଦ ଓ ହେତରେ ମାଛ ଆକୃତିର ଚିହ୍ନ ଥାଏ ସେମାନେ ସବୁବେଳେ ଖୁସିରେ ରହିଥାନ୍ତି।

୬.  ଯେଉଁ ମହିଳାର ପାଦର ମଝି ଆଙ୍ଗୁଠି ବୁଢା ଆଙ୍ଗଠି ଠାରୁ ବଡ ରହିଥାଏ, ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos