ପୂଜା କରୁଛନ୍ତି, କିନ୍ତୁ ଫଳ ମିଳୁନାହିଁ କି? ଜାଣନ୍ତୁ କ'ଣ ଭୁଲ କରୁଛନ୍ତି

ଦୁନିଆରେ ଦୁଇ ପ୍ରକାର ବ୍ୟକ୍ତିତ୍ୱ ଦେଖିବାକୁ ମିଳିଥାଏ। ପ୍ରଥମ ଯିଏ ଭଗବାନଙ୍କୁ ମାନିଥାନ୍ତି। ଓ ଦ୍ୱିତିୟ ଯେଉଁମାନେ ଭଗବାନଙ୍କୁ ମାନିନଥାନ୍ତି। ଭଗବାନଙ୍କୁ ମାନୁନଥିବା ଲୋକଙ୍କୁ ନାସ୍ତିକ କୁହାଯାଏ।ଶାସ୍ତ୍ରରେ ଅଛି ଭଗବାନଙ୍କୁ ସଚ୍ଚା ମନରେ ପୂଜା କଲେ ଭଗବାନ ଭକ୍ତଙ୍କ କଥା ଶୁଣିଥାନ୍ତି। ତେବେ ଆଧିକାଂଶ ଲୋକେ ପୂଜା କରିବା ସମୟରେ ଅଜାଣତରେ ଏପରି କିଛି ଭୁଲ କରି ବସନ୍ତି, ଯେଉଁଥିପାଇଁ ଭକ୍ତର ଅନିଷ୍ଟ ହୋଇଥଏ। ଫଳସୂରୂପ ଘରେ ସର୍ବଦା ସମସ୍ୟା ଲାଗିରହିଥାଏ। ଆସନ୍ତୁ ଜାଣିବା ପୂଜା ସମୟରେ […]

puja

puja

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 02:50 PM IST

ଦୁନିଆରେ ଦୁଇ ପ୍ରକାର ବ୍ୟକ୍ତିତ୍ୱ ଦେଖିବାକୁ ମିଳିଥାଏ। ପ୍ରଥମ ଯିଏ ଭଗବାନଙ୍କୁ ମାନିଥାନ୍ତି। ଓ ଦ୍ୱିତିୟ ଯେଉଁମାନେ ଭଗବାନଙ୍କୁ ମାନିନଥାନ୍ତି। ଭଗବାନଙ୍କୁ ମାନୁନଥିବା ଲୋକଙ୍କୁ ନାସ୍ତିକ କୁହାଯାଏ।ଶାସ୍ତ୍ରରେ ଅଛି ଭଗବାନଙ୍କୁ ସଚ୍ଚା ମନରେ ପୂଜା କଲେ ଭଗବାନ ଭକ୍ତଙ୍କ କଥା ଶୁଣିଥାନ୍ତି। ତେବେ ଆଧିକାଂଶ ଲୋକେ ପୂଜା କରିବା ସମୟରେ ଅଜାଣତରେ ଏପରି କିଛି ଭୁଲ କରି ବସନ୍ତି, ଯେଉଁଥିପାଇଁ ଭକ୍ତର ଅନିଷ୍ଟ ହୋଇଥଏ। ଫଳସୂରୂପ ଘରେ ସର୍ବଦା ସମସ୍ୟା ଲାଗିରହିଥାଏ। ଆସନ୍ତୁ ଜାଣିବା ପୂଜା ସମୟରେ କରୁଥିବା ଭୁଲ ବିଷୟରେ।

- ମନରେ କିଛି ପାଇବାର ଆଶା ହେଉ ଅବା ଲାଳସା ରଖି ଭଗବାନଙ୍କୁ ପୂଜା କରନ୍ତୁ ନାହିଁ। ସ୍ୱାର୍ଥରେ କରାଯାଇଥିବା ପୂଜାର କୌଣସି ଲାଭ ମିଳେନାହିଁ।

- ଭଗବାନଙ୍କୁ ପୂଜା କରିବା ସମୟରେ ମନୁଷ୍ୟର ମନ ଓ ଆଚରଣ ଶୁଦ୍ଧ ହେବା ଜରୁରୀ

- ବିନା ଜ୍ଞାନ ଓ ବିଧିରେ କରାଯାଇଥିବା ପୂଜା, ଅର୍ଚ୍ଚନା ମନୁଷ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଏଥିପାଇଁ  ଭୁଲ୍‌ ପକ୍ରିୟାରେ କରାଯାଇଥିବା ଯଜ୍ଞ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି ବିଷୟରେ ଅଧିକ ଜ୍ଞାନ ନଥିଲେ ଆପଣ କୌଣସି ପଣ୍ଡିତ ବା ବିଶେଷଜ୍ଞଙ୍କ ସହାୟତା ନେଇପାରିବେ।

- ମନ ନଥିଲେ ବା କୌଣସି ବାଧ୍ୟରେ ପୂଜା କରନ୍ତୁ ନାହିଁ। ଏପରି ପୂଜାର କୌଣସି ଫଳ ମିଳିନଥାଏ କାରଣ କେବଳ ଶୁଦ୍ଧ ମନରୁ ହିଁ କରାଯାଉଥିବା ପୂଜାରେ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos