Advertisment

ଗର୍ଭଧାରଣ ଟେଷ୍ଟ କରାଇବାକୁ ଭାବୁଛନ୍ତି କି? ଜାଣି ରଖନ୍ତୁ କିଛି କଥା

ଗର୍ଭଧାରଣ ରହିଛନ୍ତି କି ନାହିଁ ଜାଣିବାକୁ ଟେଷ୍ଟ କରିବାକୁ ଚାହୁଁଛନ୍ତି କି ? ଯଦି ଏପରି ଭାବୁଛନ୍ତି, ତେବେ ଏଥିପାଇଁ ବହୁତ ଗୁଡିଏ ଟେଷ୍ଟ ରହିଛି, ଯାହା ଜରିଆରେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ଜାଣି ପାରିବେ। ଗର୍ଭ ଧାରଣ ଟେଷ୍ଟ କରିବା ପୂର୍ବରୁ କିଛି କଥା ଉପରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏନେଇ ସ୍ତ୍ରୀ ରୋଗ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ୟୁରିନ୍‌ ଟେଷ୍ଟ: ଡାକ୍ତର ଗର୍ଭ ପରୀକ୍ଷା ଲାଗି ମୁତ୍ର ପରୀକ୍ଷା […]

ଗର୍ଭଧାରଣ ଟେଷ୍ଟ କରାଇବାକୁ ଭାବୁଛନ୍ତି କି? ଜାଣି ରଖନ୍ତୁ କିଛି କଥା

pregnancy-test

Advertisment

ଗର୍ଭଧାରଣ ରହିଛନ୍ତି କି ନାହିଁ ଜାଣିବାକୁ ଟେଷ୍ଟ କରିବାକୁ ଚାହୁଁଛନ୍ତି କି ? ଯଦି ଏପରି ଭାବୁଛନ୍ତି, ତେବେ ଏଥିପାଇଁ ବହୁତ ଗୁଡିଏ ଟେଷ୍ଟ ରହିଛି, ଯାହା ଜରିଆରେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ଜାଣି ପାରିବେ। ଗର୍ଭ ଧାରଣ ଟେଷ୍ଟ କରିବା ପୂର୍ବରୁ କିଛି କଥା ଉପରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏନେଇ ସ୍ତ୍ରୀ ରୋଗ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

Advertisment

ୟୁରିନ୍‌ ଟେଷ୍ଟ: ଡାକ୍ତର ଗର୍ଭ ପରୀକ୍ଷା ଲାଗି ମୁତ୍ର ପରୀକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି। ଏଥିରେ ୟୁରିନ୍‌ର ଏଚ୍‌ ସି ଜି (human choronic gonadotropin) ମାତ୍ରା ଚେକ୍‌ କରାଯାଏ। ସେହି ଆଧାରରେ ଜଣେ ଗର୍ଭବତୀ ଅଛନ୍ତି କି ନାହିଁ ଜଣା ପଡିଥାଏ।

ଘରେ କରିପାରିବେ ଟେଷ୍ଟ: ଆପଣ ଗର୍ଭବତୀ ଅଛନ୍ତି କି ନାହିଁ ଜାଣିବାକୁ ଘରେ ପରୀକ୍ଷା କରିପାରିବେ। ଏଥିଲାଗି ଆପଣ କୌଣସି ମହଙ୍ଗା ଟେଷ୍ଟ କରାଇବାକୁ ପଡ଼ିବ ନାହିଁ। ମେଡ଼ିସିନ୍‌ ଷ୍ଟୋରରେ ଗର୍ଭ ପରୀକ୍ଷା ଯାଞ୍ଚ କିଟ୍‌ ମିଳୁଛି। ଏହାକୁ ଆଣି ଆପଣ ଘରେ ପରୀକ୍ଷା କରିପାରିବେ।

Advertisment

ଔଷଧ ପକାଏ ଖରାପ ପ୍ରଭାବ: କିଛି ଔଷଧ ଏପରି ରହିଛି ଯାହା ଖାଇବା ଦ୍ୱାରା ଗର୍ଭପାତ ହୋଇଯାଇଥାଏ। ଏପରି ବି କିଛି ଔଷଧ ରହିଛି ଯାହାକୁ ଖାଇଲେ, ଗର୍ଭବତୀ ନ ଥାଇ ବି ଆପଣଙ୍କର ଟେଷ୍ଟ ପଜେଟିଭ୍‌ ଆସିବ। ଏଥିପାଇଁ ଯଦି ଆପଣ ଗର୍ଭବତୀ ଅଛନ୍ତି, ତେବେ ନିଜ ଇଚ୍ଛାରେ କୌଣସି ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ପିୟୁଷ ଗ୍ରନ୍ଥି ସହ ଜଡ଼ିତ କିଛି ସମସ୍ୟା ଥିଲେ ଟେଷ୍ଟ ରେଜଲ୍ଟ ପଜେଟିଭ ଆସିବାର ସମ୍ଭାବନା ଥାଏ, ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

ସକାଳେ ପରୀକ୍ଷା କରାଇବା ଭଲ: ଘରେ ହେଉ କି କୌଣସି କ୍ଲିନିକ୍‌ରେ ଗର୍ଭ ପରୀକ୍ଷା କରିବାକୁ ଚାହୁଁଥିଲେ, ସକାଳ ସମୟରେ ହିଁ କରନ୍ତୁ। କାରଣ ଶୋଇବାର କିଛି ସମୟ ପରେ ଶରୀରରେ ଏଚ୍‌.ସି.ଜି. ତିଆରି ହେବା ଆରମ୍ଭ ହୋଇଥାଏ। ତେଣୁ ସକାଳ ସମୟରେ ଟେଷ୍ଟ କରିବା ଦ୍ୱାରା ରେଜଲ୍ଟ ସଠିକ୍‌ ଆସିବାର ଅଧିକ ସମ୍ଭାବନା ଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe