ଶୀତ ଦିନେ ଚନ୍ଦନ ଫେରାଇ ଆଣିବ ଆପଣଙ୍କ ଚେହେରାର ଚମକ, କେମିତି ଜାଣନ୍ତୁ

ଶୀତ ଦିନ ଆସିଗଲାଣି। ଏହି ଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ। ଶୀତ ଦିନରେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଅତ୍ୟଧିକ ଥଣ୍ଡା ଯୋଗୁଁ ଲୋକେ ଅଳସୁଆ ହୋଇ ଅସମୟରେ ଶୋଇଥାନ୍ତି ଓ ପାଣି ପିଇବା ମଧ୍ୟ କମାଇ ଦିଅନ୍ତି। ଫଳରେ ମୁହଁର ଉଜ୍ଜ୍ୱଳତା କମିବା ସହ ଏହାର ଚମକ ବି ଫିକା ପଡ଼ିଯାଏ। ହେଲେ ବ୍ୟସ୍ତ ହେବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ ଚନ୍ଦନ ସାହଯ୍ୟରେ କିପରି ନିଜ ତ୍ୱଚାର […]

sandalwood

sandalwood

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 11:17 AM IST

Sports

Latest News

ଶୀତ ଦିନ ଆସିଗଲାଣି। ଏହି ଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ। ଶୀତ ଦିନରେ ତ୍ୱଚା ଶୁଷ୍କ ଓ ରୁକ୍ଷ ହୋଇଯାଏ। ଅତ୍ୟଧିକ ଥଣ୍ଡା ଯୋଗୁଁ ଲୋକେ ଅଳସୁଆ ହୋଇ ଅସମୟରେ ଶୋଇଥାନ୍ତି ଓ ପାଣି ପିଇବା ମଧ୍ୟ କମାଇ ଦିଅନ୍ତି। ଫଳରେ ମୁହଁର ଉଜ୍ଜ୍ୱଳତା କମିବା ସହ ଏହାର ଚମକ ବି ଫିକା ପଡ଼ିଯାଏ। ହେଲେ ବ୍ୟସ୍ତ ହେବାର କିଛି ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ ଚନ୍ଦନ ସାହଯ୍ୟରେ କିପରି ନିଜ ତ୍ୱଚାର ଚମକ ଫେରି ପାଇବେ।

ଚନ୍ଦନ ବ୍ୟବହାରରୁ କେଉଁ ସମସ୍ୟା ଦୂର ହେବ

ବ୍ରଣ ଓ ବ୍ଲାକହେଡ୍‌ସ୍ ସମସ୍ୟା: ବ୍ଲାକହେଡ୍‌ସ୍ ଓ ବ୍ରଣ ସୁନ୍ଦର ଚେହେରାକୁ ଅସୁନ୍ଦର କରି ଦିଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଚମଚ ଚନ୍ଦନ ତେଲ(ସାଣ୍ଡାଲ ଉଡ୍ ଏସେନ୍‌ସିଆଲ ଅଏଲ୍) ସହ ଅଳ୍ପ ହଳଦୀ ଓ କର୍ପୂର ମିଶାଇ ଏକ ଫେସ୍ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହକୁ ରାତିରେ ଶୋଇବା ପୂର୍ବରୁ ଲଗାଇ ସାରା ରାତି ଛାଡି ଦିଅନ୍ତୁ। ସକାଳେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କମ୍ ଦିନରେ ଫରକ ଜାଣିପାରିବେ। ଏହା ବ୍ୟତୀତ ଗୋଟେ ଚାମଚ ଚନ୍ଦନ ପାଉଡର, ଏକ ଚାମଚ ନଡ଼ିଆ ତେଲ ଓ ଲେମ୍ବୁ ରସ ମିଶାଇ ମଧ୍ୟ ଲଗାଇପାରିବେ। ଏହାକୁ ମାତ୍ର ଅଧଘଣ୍ଟା ରଖି ଉଷୁମ ପାଣିରେ ଧୋଇ ଦିଅନ୍ତୁ ବ୍ରଣ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ।

ରୁକ୍ଷ ତ୍ୱଚା: ରୁକ୍ଷ ତ୍ୱଚାକୁ କୋମଳ କରିବା ପାଇଁ ସାଣ୍ଡାଲ ଉଡ୍ ଏସେନ୍ସିଆଲ ଅଏଲକୁ ଶୋଇବା ପୂର୍ବରୁ ମୁହଁରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ। ପରଦିନ ସକାଳେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଆପଣଙ୍କ ଚେହେରା କୋମଳ ହେବା ସହ ଉଜ୍ଜ୍ୱଳ ମଧ୍ୟ ଦେଖାଯିବ।

ସନ୍ ଟ୍ୟାନିଂ: ଶୀତ ଦିନରେ ଲୋକେ ଖରାରେ ବସିବାକୁ ଭଲପାଆନ୍ତି। ହେଲେ ଚେହେରାରେ ଖରା ପଡ଼ିବାରୁ ଏହା କଳା ପଡ଼ିଯାଇଥାଏ। ଏହାକୁ ସନ୍ ଟ୍ୟାନିଂ କୁହାଯାଏ। ଏହାକୁ ଦୂର କରିବା ପାଇଁ  ୧ ଚାମଚ ଚନ୍ଦନ ପାଉଡର ସହ ୧ ଚାମଚ କାକୁଡ଼ି ରସ, ୧ଚାମଚ ଦହି, ୧ଚାମଚ ମହୁ ଓ ଲେମ୍ବୁ ରସ ମିଶାଇ ଲଗାନ୍ତୁ। ୧୫ ମିନିଟ୍ ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କଳା ପଡିଯାଇଥିବା ଚେହେରାରେ ପୁଣି ଚମକ ଫେରାଇ ଆଣିବ।

କଳା ଦାଗ: ଅନେକଙ୍କ ଚେହେରାରେ କଳା ଦାଗ ରହିଥିବା ଦେଖିବାକୁ ମିଳିଥାଏ। ଏହାଦ୍ୱାରା ମୁହଁ ଅସୁନ୍ଦର ଦେଖାଯାଏ। ଏଥିପାଇଁ ୧ ଚାମଚ ଚନ୍ଦନ ପାଉଡ଼ର ଓ ନଡ଼ିଆ ତେଲକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ଚେହେରାରେ ଲଗାଇ ହାଲକା ମାଲିସ୍ କରନ୍ତୁ। ପରଦିନ ସକାଳେ ମୁହଁ ଧୋଇ ଦିଅନ୍ତୁ। ପ୍ରତିଦିନ ଏହାର ବ୍ୟବହାର କରିବା ଦ୍ୱାରା ଚେହେରାରୁ କଳା ଦାଗ ଭଲ ଦୂର ହୋଇଥାଏ।

ଅଏଲି ସ୍କିନ୍ ସମସ୍ୟା: ଆପଣ ଯଦି ନିଜ ଅଏଲି ସ୍କିନ୍ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତା'ହେଲେ କିଛି ଚନ୍ଦନ ପାଉଡର ସହ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଅଧଘଣ୍ଚା ପରେ ଏହାକୁ ଧୋଇ ଦିଅନ୍ତୁ। କିଛି ଦିନର ବ୍ୟବହାର ପରେ ଆପଣ ନିଜ ମୁହଁରେ ଫରକ ଜାଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos