ଖାଲି ମାଛ ନୁହେଁ, ପନିପରିବାରେ ବି ମିଶୁଛି ଫର୍ମାଲିନ୍‌; ଜାଣନ୍ତୁ ଏଗୁଡ଼ିକୁ କେମିତି କରିବେ ବିଷମୁକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛରେ ବିଷାକ୍ତ ଫର୍ମାଲିନ୍‌ ବ୍ୟବହାର କରାଯାଉଥିବା ନେଇ ଖବର ଆସିବା ପରେ ଖାଉଟିଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ମାଛରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ କେମିକାଲ୍‌ ‘ଫର୍ମାଲିନ୍‌’ ମିଶା ଯାଉଥିବା ନେଇ ଅଭିଯୋଗ ଆସିବା ପରେ ପୂରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଏହି ମାଛ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଥିଲା ଓ ଏନେଇ ଯାଞ୍ଚ କରାଯାଇଥିଲା। ଏଥିପାଇଁ […]

j-444

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 08:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଛରେ ବିଷାକ୍ତ ଫର୍ମାଲିନ୍‌ ବ୍ୟବହାର କରାଯାଉଥିବା ନେଇ ଖବର ଆସିବା ପରେ ଖାଉଟିଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ମାଛରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ କେମିକାଲ୍‌ ‘ଫର୍ମାଲିନ୍‌’ ମିଶା ଯାଉଥିବା ନେଇ ଅଭିଯୋଗ ଆସିବା ପରେ ପୂରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଏହି ମାଛ ଉପରେ ଆସାମ ସରକାର କଟକଣା ଲଗାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଥିଲା ଓ ଏନେଇ ଯାଞ୍ଚ କରାଯାଇଥିଲା। ଏଥିପାଇଁ ଭୁବନେଶ୍ୱରରୁ ୯ ପ୍ରକାର ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରୁ କେବଳ ଗୋଟିଏ ଦୋକାନରୁ ସଂଗ୍ରହ କରାଯାଇଥିବା ପାମ୍ପ୍ଲେଟ୍‌ ମାଛରେ ଏହି ମାରାତ୍ମକ ଫର୍ମାଲିନ୍‌ ମିଶିଥିବା ଜଣାପଡ଼ିଥିଲା। ତେବେ କେବଳ ମାଛକୁ ସତେଜ୍ ରଖିବା ପାଇଁ ଫର୍ମାଲିନ୍ ବ୍ୟବହାର କରାଯାଏ ନାହିଁ।  ପନିପରିବା ଓ ଫଳକୁ ମଧ୍ୟ ତାଜା ରଖିବା ପାଇଁ ସେଥିରେ ଫର୍ମାଲିନ୍‌ ବ୍ୟବହାର କରାଯାଉଛି। ଫର୍ମାଲିନ୍‌ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ବଜାରରେ ମିଳୁଥିବା ପନିପରିବା ଏବଂ ମାଛରୁ ଫର୍ମାଲିନ୍‌କୁ ବାହାର କରାଯାଇପାରିବ। ତେବେ କେମିତି ଏହାକୁ ବାହାର କରିବେ ସେ ନେଇ କିଛି ଟିପ୍ସ ପଢ଼ନ୍ତୁ।

୧- ପନିପରିବା, ଫଳମୂଳ ଇତ୍ୟାଦିରୁ ଫର୍ମାଲିନ୍‌କୁ ବାହାର କରିବାର ଏକ ସହଜ ଉପାୟ ହେଉଛି ସେଗୁଡ଼ିକୁ ବ୍ୟବହାର କରିବାର ଘଣ୍ଟାଏ ପୂର୍ବରୁ ଶୁଦ୍ଧ ଜଳରେ ବୁଡ଼ାଇ ରଖନ୍ତୁ। ମାଛକୁ ମଧ୍ୟ କିଛି ସମୟ ପାଣିରେ ରଖି ଭଲ ଭାବେ ଧୋଇଦେଲେ ସେଥିରେ ମିଶିଥିବା ଫର୍ମାଲିନ୍ ବାହାରି ଯାଏ।  ତେବେ ଖାଲି ଜଳ ଅପେକ୍ଷା ସେଥିରେ କିଛି ଲୁଣ ପକାଇ ଏଗୁଡ଼ିକୁ ଧୋଇଲେ ଭଲ। କାରଣ ଫର୍ମାଲିନ୍‌କୁ ବାହାର କରିବାରେ ଲୁଣ ଅଧିକ ସହାୟତା କରିଥାଏ।

୨- ସେହିପରି ଫର୍ମାଲିନ୍ ମିଶିଥିବା  ପନିପରିବାକୁ ଧୋଇ ବିଶୁଦ୍ଧ କରିବାର ଆଉ ଏକ ଉପାୟ ମଧ୍ୟ ରହିଛି। ଏଥିରେ ଆପଣ ଭିନେଗାର ବ୍ୟବହାର କରିପାରିବେ। ୯୫ ପ୍ରତିଶତ ଜଳରେ ୫ ପ୍ରତିଶତ ଭିନେଗାର ମିଶାଇ ସେଥିରେ ପନିପରିବା ଓ ଫଳମୂଳକୁ ଭଲ ବୁଡ଼ାଇ ରଖନ୍ତୁ। ପାଖାପାଖି ଘଣ୍ଟାଏ ଧରି ପନିପରିବା ଓ ଫଳମୂଳଗୁଡ଼ିକୁ ସେଥିରେ ବୁଡ଼ାଇ ରଖିଲେ ସେଗୁଡ଼ିକ ବିପଦମୁକ୍ତ ହୋଇଯାଏ।

 

Related story