ଜନ୍ମ ମାସ ଅନୁସାରେ ଏମିତି ହୋଇଥାଏ ବ୍ୟକ୍ତିଙ୍କ ସ୍ୱଭାବ

ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ଜନ୍ମ ତାରିଖ ଭଳି ଜନ୍ମ ମାସ ମଧ୍ୟ ମଣିଷ ଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଜନ୍ମ ମାସ ଆଧାରରେ ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡ଼ିଥାଏ। ଜନ୍ମମାସ ବ୍ୟକ୍ତିର କ୍ୟାରିୟରଠାରୁ ଆରମ୍ଭ କରି ତା’ର ସ୍ୱଭାବକୁ ପ୍ରଭାବିତ କରିଥାଏ। ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ରସେଲ୍‌ ଫୋଷ୍ଟର ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ଜନ୍ମ ମାସ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡ଼ିଥାଏ ବୋଲି ସେ ବିଶ୍ୱାସ କରନ୍ତି। ତେବେ ଆପଣ ମଧ୍ୟ ଏସବୁ ଜାଣିବା […]

rashichakra

rashichakra

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 07:03 PM IST

Sports

Latest News

ଜ୍ୟୋତିଷଶାସ୍ତ୍ର ଗଣନା ଅନୁସାରେ ଜନ୍ମ ତାରିଖ ଭଳି ଜନ୍ମ ମାସ ମଧ୍ୟ ମଣିଷ ଜୀବନରେ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଜନ୍ମ ମାସ ଆଧାରରେ ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡ଼ିଥାଏ। ଜନ୍ମମାସ ବ୍ୟକ୍ତିର କ୍ୟାରିୟରଠାରୁ ଆରମ୍ଭ କରି ତା'ର ସ୍ୱଭାବକୁ ପ୍ରଭାବିତ କରିଥାଏ। ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ରସେଲ୍‌ ଫୋଷ୍ଟର ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ଜନ୍ମ ମାସ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଜଣାପଡ଼ିଥାଏ ବୋଲି ସେ ବିଶ୍ୱାସ କରନ୍ତି। ତେବେ ଆପଣ ମଧ୍ୟ ଏସବୁ ଜାଣିବା ଦରକାର। କେଉଁ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସ୍ୱଭାବ କିପରି ହୋଇଥାଏ ଆସନ୍ତୁ ଜାଣିବା।

ଜାନୁଆରୀ: ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ନେତୃତ୍ୱ ନେବାର କ୍ଷମତା ରହିଥାଏ। ଏମାନେ ଖୁବ ବିଶ୍ଲେଳଷଣାତ୍ମକ ଚିନ୍ତାଧାରା ରଖନ୍ତି। ଏମାନେ ଭିଡ଼ରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଏମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଶୈଳୀରେ ସ୍ୱତନ୍ତ୍ରତା ରହିଥାଏ। ପାରମ୍ପାରିକ ଜୀବନ ଜୀଇଁବାକୁ ପସନ୍ଦ କରନ୍ତି। ଜାନୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଜିଦି, ମହତ୍ୱକାଂକ୍ଷୀ ଓ ଗମ୍ଭୀର ସ୍ୱଭାବର ହୋଇଥାନ୍ତି। ପଢ଼ିବା ଓ ପଢ଼ାଇବାକୁ ପସନ୍ଦ କରନ୍ତି। ଏମାନେ ଖୁବ ପରିଶ୍ରମୀ ଓ ସଫଳ ବ୍ୟକ୍ତି ହୋଇଥାନ୍ତି। ନିଜର ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏମାନେ  ଖୁବ ବିଶ୍ୱାସୀ ଓ ବ୍ୟବସ୍ଥିତ ଜୀବନ ଜୀଇଁବାକୁ ପସନ୍ଦ କରିବା ସହିତ ଦୂରଦୃଷ୍ଟି ସମ୍ପର୍ଣ୍ଣ ହୋଇଥାନ୍ତି। ପଇସା ମାମଲାର ଖୁବ ସତର୍କ ରହିଥାନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ଜାନୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ଅଲଜାଇମର ରୋଗ ହୋଇଥାଏ। ଜନ୍ମ ହେବା ପୂର୍ବରୁ ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ କମ୍‌ ଆସିବାରୁ ଏହି ରୋଗ ହୋଇଥାଏ।

ଫେବୃଆରୀ: ଫେବୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ୍ ସମ୍ବେଦନଶୀଳ ଓ ଆତ୍ମୀୟ ହୋଇଥାନ୍ତି। ଏମାନଙ୍କ ପାଇଁ ସମ୍ପର୍କ ହିଁ ସବୁକିଛି ହୋଇଥାଏ। ଜୀବନସାରା କିଛି ଖାସ ଜିନିଷକୁ ଖୋଜି ଖୋଜି ସାରା ଜୀବନ ବିତାଇ ଦିଅନ୍ତି। ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ଅନ୍ୟକୁ ଭଲ ପାଇବା ଦେବା ଓ ପାଇବା ଆଶା କରନ୍ତି। ଭଲପାଇବା ନ ମିଳିଲେ ଗଭୀର ଭାବେ ଭାବ ପ୍ରବଣ ହୋଇଯାଆନ୍ତି। ଏମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଟିକେ କଷ୍ଟକର ହୋଇଥାଏ। ବାସ୍ତବିକ ଓ କାଳ୍ପନିକ ଉଭୟ ଦୁନିଆରେ ରହିବାକୁ ପସନ୍ଦ କରନ୍ତି ଓ ଖୁବ ଚତୁର ହୋଇଥାନ୍ତି। ସମୟାନୁସାରେ ଏମାନଙ୍କର ବ୍ୟକ୍ତିତ୍ୱ ବଦଳିଥାଏ। ଲକ୍ଷ ହାସଲ କରିବା ପାଇଁ ଏମାନେ ବିଦ୍ରୋହ କରିବାକୁ ପଛାନ୍ତି ନାହିଁ। ଭିତରେ ରୋମାଣ୍ଟିକ ଥିଲେ ମଧ୍ୟ ଖୁବ ସାହସୀ ଓ ଜିଦିଆ  ସ୍ୱଭାବର ହୋଇଥାନ୍ତି। ଏମାନେ କଳାକାର ହୋଇଥାନ୍ତି। ବୈଜ୍ଞାନିକଙ୍କ ଅନୁସାରେ ଏମାନଙ୍କୁ ଅଧିକ ନିଦ୍ରା ଜନିତ ରୋଗ ହୋଇଥାଏ। ୯ ଓ ୫ ସଂଖ୍ୟା ଶୁଭ ହୋଇ ନଥାଏ।

ମାର୍ଚ୍ଚ: ସମୟର ସଦୁପଯୋଗ କରନ୍ତି। ଏହି ମାସରେ ଜନ୍ମ ହୋଇଥିବା ଲୋକ ଖୁବ ପ୍ରସିଦ୍ଧି ଲାଭ କରନ୍ତି। ଏମାନେ ପ୍ରଚୁର ଅର୍ଥ କମାନ୍ତି। ଓ ଅଧିକ ଖର୍ଚ୍ଚ ବି କରନ୍ତି। ପିଲାଳିଆମି ଯୋଗୁଁ ଏମାନଙ୍କୁ ଅନ୍ୟମାନଙ୍କର ଆଦର ମିଳେ। ଏମାନେ ଖୁବ ଆକର୍ଷଣୀୟ, ଲାଜୁଆ ଓ ଉଦାର ସ୍ୱଭାବର ହେବା ସହିତ ଶାନ୍ତି ପସନ୍ଦ କରନ୍ତି। ବିଶ୍ୱାସୀ ଯୋଗ୍ୟା ହୋଇଥାନ୍ତି। ଖୁବ ଶୀଘ୍ର ଖାଇପାରନ୍ତି। ପ୍ରତିଶୋଧ ପରାୟଣା ହୋଇଥାନ୍ତି। ବୁଲାବୁଲି କରିବା ସବୁବେଳେ ମଜା ମସ୍ତିରେ ରହିବା ପସନ୍ଦ କରନ୍ତି। ମନୁଆ ସ୍ୱଭାବର ହୋଇଥାନ୍ତି। ବୈଜ୍ଞାନିକଙ୍କ ମତରେ ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ଶ୍ୱାସ ରୋଗ ହେବାର ଆଶଙ୍କା ରହିଥାଏ। ଭିଟାମିନ୍‌ ଡି ଅଭାବରୁ ଏହି ରୋଗ ହୋଇଥାଏ। ଏଥିପାଇଁ ମସ୍ତିଷ୍କର ବିକାଶ ମଧ୍ୟ ଠିକ୍ ଭାବରେ ହୋଇ ନଥାଏ। ଏଥିପାଇଁ ପିଲାମାନେ ପରୀକ୍ଷାରେ ଭଲ ନମ୍ବର ରଖନ୍ତି ନାହିଁ। ଇଏ ତ ଥିଲା ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବ୍ୟକ୍ତିର କଥା। ଅନ୍ୟମାସଗୁଡ଼ିକ ବିଷୟରେ ଜାଣିବା ଆରଥରକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos