ଶୋଇବା ଶୈଳୀରୁ ଜାଣି ହୁଏ ବ୍ୟକ୍ତିତ୍ୱ; ଜାଣନ୍ତୁ ଶାସ୍ତ୍ର କ’ଣ କହୁଛି

ପ୍ରତ୍ୟେକ ମଣିଷର ବ୍ୟକ୍ତିତ୍ୱ ଅଲଗା ଅଲଗା। ମଣିଷର ବ୍ୟକ୍ତିତ୍ୱ ତାର ହାବଭାବରୁ ଜାଣି ହୁଏ। ଏପରିକି ଶୋଇବା ଶୈଳୀରୁ ବି ବ୍ୟକ୍ତିତ୍ୱ ଜାଣି ହୁଏ। ସମୁଦ୍ର ଶାସ୍ତ୍ରରେ ଏ ବିଷୟରେ ବହୁତ କିଛି ସୂଚନା ଦିଆଯାଇଛି।  ଆସନ୍ତୁ ଜାଣିବା ସେ ବିଷୟରେ… -ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁମାନେ ବାରମ୍ବାର କଡ଼ ବଦଳାନ୍ତି ସେମାନେ କୌଣସି କଥାକୁ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରନ୍ତି। – କିଛି ବ୍ୟକ୍ତି ଶରୀରକୁ ମୋଡ଼ି ଶୁଅନ୍ତି। ଏପରି ବ୍ୟକ୍ତି ଆରାମ କରିବାକୁ ଅଧିକ ପସନ୍ଦ […]

woman

woman

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 09:44 AM IST

ପ୍ରତ୍ୟେକ ମଣିଷର ବ୍ୟକ୍ତିତ୍ୱ ଅଲଗା ଅଲଗା। ମଣିଷର ବ୍ୟକ୍ତିତ୍ୱ ତାର ହାବଭାବରୁ ଜାଣି ହୁଏ। ଏପରିକି ଶୋଇବା ଶୈଳୀରୁ ବି ବ୍ୟକ୍ତିତ୍ୱ ଜାଣି ହୁଏ। ସମୁଦ୍ର ଶାସ୍ତ୍ରରେ ଏ ବିଷୟରେ ବହୁତ କିଛି ସୂଚନା ଦିଆଯାଇଛି।  ଆସନ୍ତୁ ଜାଣିବା ସେ ବିଷୟରେ...

-ସମୁଦ୍ରଶାସ୍ତ୍ର ଅନୁସାରେ ଯେଉଁମାନେ ବାରମ୍ବାର କଡ଼ ବଦଳାନ୍ତି ସେମାନେ କୌଣସି କଥାକୁ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରନ୍ତି।

- କିଛି ବ୍ୟକ୍ତି ଶରୀରକୁ ମୋଡ଼ି ଶୁଅନ୍ତି। ଏପରି ବ୍ୟକ୍ତି ଆରାମ କରିବାକୁ ଅଧିକ ପସନ୍ଦ କରନ୍ତି। ଜୀବନରେ ଅଧିକରୁ ଅଧିକ ଖୁସି ଚାହାଁନ୍ତି। ଏପରି ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ କମ୍‌ ରହିଥାଏ।

- ଯେଉଁ ବ୍ୟକ୍ତି ହାତକୁ ମୋଡ଼ି ପେଟ ଉପରେ ରଖି ଶୁଅନ୍ତି ସେମାନେ ସ୍ୱପ୍ନର ଦୁନିଆରେ ବଞ୍ଚନ୍ତି। ନିଜ ଜୀବନକୁ ନେଇ ବେଶ୍ ଖୁସି ଥାଆନ୍ତି। ସେମାନେ ବଡ଼ ବଡ଼ ସ୍ୱପ୍ନ ଦେଖିବାକୁ ପସନ୍ଦ କରନ୍ତି।

- କିଛି ଲୋକ ଗୋଡ଼ ଉପରେ ଗୋଡ଼ ରଖି ଶୁଅନ୍ତି। ଏମାନେ ଅନ୍ୟମାନଙ୍କୁ ନେଇ ଅଧିକ ଚିନ୍ତା କରନ୍ତି। ସେମାନେ କଦାପି ଚାହାଁନ୍ତି ନାହିଁ ଯେ ସେମାନଙ୍କ ପାଇଁ ଅନ୍ୟମାନେ ଦୁଃଖ ପାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos