ବନ୍ଧୁଙ୍କ ଘରର ବାସ୍ତୁ ପୂଜାକୁ ଯାଉଛନ୍ତି କି? ଜାଣନ୍ତୁ କେଉଁ ଉପହାର ଦେଲେ ଆପଣଙ୍କ ଲାଗି ଶୁଭ ହୋଇପାରେ

ଉପହାର ଦେବା ଓ ଗ୍ରହଣ କରିବା ଏକ ସାଧାରଣ କଥା। ଜନ୍ମଦିନ, ବାହାଘର ଅବା ପର୍ବପର୍ବାଣୀରେ ଆମେ ବନ୍ଧୁ ଓ ସଂପର୍କୀୟ ମାନଙ୍କୁ ଉପହାର ଦେଉ। ତେବେ ବନ୍ଧୁ ଅବା କୌଣସି ସଂପର୍କୀୟଙ୍କ ନୂଆ ଘରର ବାସ୍ତୁପୂଜାକୁ ଗଲାବେଳେ ଆପଣ ଉପହାର ନେଇଯାଆନ୍ତି କି ? ସାଧାରଣତଃ କାହାରି ନୂଆ ଘରର ପୂଜା ଅବା ବାସ୍ତୁ ପୂଜାରେ ଯୋଗ ଦେବା ବେଳେ ଆମେ ଉପହାର ନେଉନାହିଁ। କିନ୍ତୁ ସେ ସମୟରେ ବନ୍ଧୁଙ୍କୁ ଉପହାର ଦେଲେ ଦେବା ଲୋକର […]

gifts

gifts

Rakesh Mallick
  • Published: Monday, 13 November 2017
  • Updated: 13 November 2017, 01:14 PM IST

Sports

Latest News

ଉପହାର ଦେବା ଓ ଗ୍ରହଣ କରିବା ଏକ ସାଧାରଣ କଥା। ଜନ୍ମଦିନ, ବାହାଘର ଅବା ପର୍ବପର୍ବାଣୀରେ ଆମେ ବନ୍ଧୁ ଓ ସଂପର୍କୀୟ ମାନଙ୍କୁ ଉପହାର ଦେଉ। ତେବେ ବନ୍ଧୁ ଅବା କୌଣସି ସଂପର୍କୀୟଙ୍କ ନୂଆ ଘରର ବାସ୍ତୁପୂଜାକୁ ଗଲାବେଳେ ଆପଣ ଉପହାର ନେଇଯାଆନ୍ତି କି ? ସାଧାରଣତଃ କାହାରି ନୂଆ ଘରର ପୂଜା ଅବା ବାସ୍ତୁ ପୂଜାରେ ଯୋଗ ଦେବା ବେଳେ ଆମେ ଉପହାର ନେଉନାହିଁ। କିନ୍ତୁ ସେ ସମୟରେ ବନ୍ଧୁଙ୍କୁ ଉପହାର ଦେଲେ ଦେବା ଲୋକର ଶୁଭ ହୋଇଥାଏ ବୋଲି କୁହାଯାଏ। ଏହି ଅବସରରେ ବାସ୍ତୁ ଅନୁଯାୟୀ ଉପହାର ଦେଲେ ଆର୍ଥିକ ଅଭିବୃଦ୍ଧି ସହ ସୌଭାଗ୍ୟ ପ୍ରାପ୍ତି ହୁଏ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଏମିତି କିଛି ଉପହାର ସଂପର୍କରେ ଯେଉଁ ଗୁଡିକୁ ବନ୍ଧୁଙ୍କୁ ତାଙ୍କର ନୂଆ ଘରର ବାସ୍ତୁ ପୂଜା ସମୟରେ ଦେଲେ ସେ ଖୁସି ହେବେ ଓ ଆପଣଙ୍କର ବି ଭଲ ହେବ।

elephantହାତୀ:  ଶାସ୍ତ୍ର ଅନୁସାରେ ନୂଆ ଘର ଶୁଭାରମ୍ଭରେ ହାତୀ କିମ୍ୱା ଯୋଡ଼ା ହାତୀ ପ୍ରଦାନ କରିବା ଶୁଭ। ସୁନା, ରୁପା, ଟେରାକୋଟା ହେଉ ଅବା କାଠରେ ନିର୍ମିତ ହାତୀ ବା ଯୋଡ଼ା ହାତୀ ଆପଣ ଡପହାର ଆକାରରେ ଦେଇପାରିବେ। ଆପଣ  ନିଜ ବଜେଟ୍‌ ଅନନୁସାରେ ଏନେଇ ନିଷ୍ପତ୍ତି ନେଇପାରିବେ। ଏପରିକି ହାତୀର ପେଣ୍ଟିଙ୍ଗ୍ ମଧ୍ୟ ଆପଣ ଦେଇପାରିବେ। ହାତୀକୁ ସୁଖ, ସମୃଦ୍ଧି, ଐଶର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ କୁହାଯାଏ। ବାସ୍ତୁ ଅନୁସାରେ ଏହି ଉପହାର ପ୍ରଦାନ କଲେ ଘର ମାଲିକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହ ତାଙ୍କ ସହିତ ଆପଣଙ୍କ ସଂପର୍କରେ ମଧୁରତା ମଧ୍ୟ ବଢ଼ିଥାଏ।

horseଘୋଡ଼ା

ଶାସ୍ତ୍ରବିତଙ୍କ ମତରେ  କୌଣସି ବନ୍ଧୁଙ୍କ ଘରର ବାସ୍ତୁ ପୂଜା ବେଳେ ତାଙ୍କୁ ଘୋଡ଼ାର ଫଟୋ ଉପହାର ସୂରୁପ ଦିଅନ୍ତୁ। ବନ୍ଧୁ ବ୍ୟବସାୟୀ ହୋଇଥିଲେ ଏହା ତାଙ୍କ ପାଇଁ ଅଧିକ ଶୁଭ ଫଳ ପ୍ରଦାନ କରିବ।

ଦୁଇଟି ମୁଣ୍ଡ ଥିବା ଗଣେଷ

ଅନେକ ସମୟରେ ଆମେ ଗଣେଶ ମୂର୍ତ୍ତିକୁ ଉପହାର ଆକାରରେ ଦେଇଥାଉ। ତେବେ କାହାରି ଘର ବାସ୍ତୁ ପୂଜା ବେଳେ ତାକୁ ଦୁଇଟି ମୁଣ୍ଡ ଥିବା ଗଣେଶ ଦେଲେ ଭଲ। ଏହାର ବି କିଛି ନିୟମ ରହିଛି । ଏହି ମୂର୍ତ୍ତିରେ ଗଣେଶ ଦୁଇ ପାର୍ଶ୍ୱକୁ ଚାହିଁଥିବେ । ଅର୍ଥାତ ମୁଣ୍ଡ ପଛପଟେ ଆଉ ଏକ ମୁଣ୍ଡ ଥିବ । ଗଣେଶଙ୍କ ପିଠି ଦେଖାଯାଉନଥିବ । କୁହାଯାଏ ଗଣେଶଙ୍କ ପିଠି ପଛରେ ଦରିଦ୍ରତା ବାସ କରେ। ତେଣୁ ଏଭଳି ପିଠି ଦେଖାଯାଉନଥିବା ଦୁଇମୁଣ୍ଡିଆ ଗଣେଶ ଉପହାରରେ ଦିଅନ୍ତୁ । ମନେରଖନ୍ତୁ କେବେ ବି ଗଣେଶଙ୍କ କେବଳ ମୁଣ୍ଡ ଥିବା ମୂର୍ତ୍ତି କାହାକୁ ଉପହାର ସ୍ୱରୂପ ଦିଅନ୍ତୁ ନାହିଁ। ତାଙ୍କ ସଂପୂର୍ଣ୍ଣ ରୂପ ଥିବା ମୂର୍ତ୍ତି ଦିଅନ୍ତୁ।

ପୋଷାକ

ବନ୍ଧୁ ମାନଙ୍କୁ ପୋଷାକ ଉପହାର ଦେବା ଏକ  ପୁରୁଣା ପରମ୍ପରା। ତେବେ ଘରର ବାସ୍ତୁପୂଜା ସମୟରେ ବନ୍ଧୁଙ୍କୁ ପୋଷାକ ସହ  ନଗଦ ଅର୍ଥ ଉପହାର ଭାବେ ଦେଲେ ଉଭୟଙ୍କ ପାଇଁ ଭଲ ହୋଇଥାଏ।

terracottaଅନ୍ୟ ଉପହାର

ନବଦମ୍ପତିଙ୍କ ଘରର ବାସ୍ତୁପୂଜାକୁ ଯାଉଥିଲେ ଲଡୁଗୋପାଳ ମୂର୍ତ୍ତି ଦେବା ଶୁଭ ହୋଇଥାଏ। ନୂଆ ଘରର ଶୁଭାରମ୍ଭରେ ରୁପାର ଉପହାର ଦେବା ଶୁଭ ହୋଇଥାଏ। ମାଟି ଏବଂ ଟେରାକୋଟାର ତିଆରି ଯେକୌଣସି ଉପହାର ସମସ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos