ଆପଣ ବେକ ଖାଲି ରଖନ୍ତି କି?

ଭୁବନେଶ୍ୱର(ଓଡିଶା ରିପୋର୍ଟର):  କିଛି ଲୋକ ଅଛନ୍ତି ସୁନାଗହଣା ପିନ୍ଧିବାକୁ ଖୁବ୍‌ ଭଲ ପାଆନ୍ତି। ଆଉ କିଛି ଲୋକ ସୁନାଗହଣାକୁ ପସନ୍ଦ କରନ୍ତି ନାହିଁ। ପ୍ରାୟ ଲୋକ ବେକ ଖାଲି ରଖନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପୁଅ ହୁଅନ୍ତୁ କିମ୍ବା ଝିଅ କେହି କେବେ ବେକ ଖାଲି ରଖିବା କଥା ନୁହେଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଯଦି ପାରୁଛନ୍ତି ବେକରେ ସୁନା କିମ୍ବା ରୁପା ଚେନ୍‌ ପିନ୍ଧନ୍ତୁ। ଯଦି ଆପଣଙ୍କ ପାଖରେ ସେସବୁ ନାହିଁ, ତେବେ ଆପଣ ବେକରେ ଗୋଟିଏ ତୁଳସୀ ମାଳି ପିନ୍ଧି ପାରିବେ। ଯଦି ସେଇଟା ବି ପାଖରେ ନାହିଁ, ତାହେଲେ ସୁତାଟିଏ ଆଣି ବେକରେ ପକାନ୍ତୁ। ଏପରି କଲେ ମଙ୍ଗଳ ହେବ। (ଦେଖନ୍ତୁ ଭିଡିଓ)

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।