କୋଇଲା ଦୁର୍ନୀତି ମାମଲାରେ ଜାମିନ୍ ପାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ବିଧାୟକ ଦିଲୀପ ରାୟଙ୍କୁ ଶୁକ୍ରବାର ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ୍ ମିଳିଛି। ଜାମିନ୍ ମିଳିବା ପରେ  ଦିଲୀପ ରାୟ ପ୍ରତିକ୍ରିୟାରେ କହିଛନ୍ତି  ‘ମୋ ବିରୋଧରେ ଏହା ଷଡଯନ୍ତ୍ର। କିଏ କାହିଁକି କରିଛି, ଠିକ୍ ସମୟରେ ପ୍ରକାଶ କରିବି।  ମୋ’ ସହ ଆଉ ୬ ଜଣଙ୍କୁ ଜାମିନ୍ ମିଳିଛି।’ ଏହି ମାମଲାରେ ଗତ ଜାନୁଆରୀ ୧୮ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଜେପି ବିଧାୟକ ଦିଲୀପ ରାୟଙ୍କୁ […]

roy

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 08:10 AM IST

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ବିଧାୟକ ଦିଲୀପ ରାୟଙ୍କୁ ଶୁକ୍ରବାର ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ୍ ମିଳିଛି। ଜାମିନ୍ ମିଳିବା ପରେ  ଦିଲୀପ ରାୟ ପ୍ରତିକ୍ରିୟାରେ କହିଛନ୍ତି  ‘ମୋ ବିରୋଧରେ ଏହା ଷଡଯନ୍ତ୍ର। କିଏ କାହିଁକି କରିଛି, ଠିକ୍ ସମୟରେ ପ୍ରକାଶ କରିବି।  ମୋ’ ସହ ଆଉ ୬ ଜଣଙ୍କୁ ଜାମିନ୍ ମିଳିଛି।’

ଏହି ମାମଲାରେ ଗତ ଜାନୁଆରୀ ୧୮ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଜେପି ବିଧାୟକ ଦିଲୀପ ରାୟଙ୍କୁ ସମନ ଜାରି କରିଥିଲେ। ୧୯୯୯ରେ ଦିଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ କୋର୍ଟ ସମନ ଜାରି ହୋଇଥିଲା। କୋଇଲା ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କ ସହ ଅନ୍ୟ ୫ ଜଣଙ୍କୁ ସମନ ଜାରି କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ।

୫ ଜଣଙ୍କ ମଧ୍ୟରେ ଥିଲେ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଆଡିସନାଲ୍ ସେକ୍ରେଟାରୀ ପ୍ରଦୀପ କୁମାର ବାନାର୍ଜୀ, କାଷ୍ଟ୍ରୋନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ପ୍ରମୁଖ। ଦିଲୀପ ରାୟଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୧୨୦ ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ ଠକେଇ ଓ ୪୦୯ ଅନୁସାରେ ସମନ ଜାରି କରିଥିଲେ କୋର୍ଟ।

୧୯୯୯ରେ ଝାଖଣ୍ଡର ବ୍ରହ୍ମଡିହା କୋଲବ୍ଲକ ପାଇଁ ଆବେଦନ କରିଥିଲା କାଷ୍ଟ୍ରୋନ ମାଇନିଂ ଲିମିଟେଡ। ଏହି କମ୍ପାନୀର ମାଲିକ ହେଉଛନ୍ତି ବିଜେପିର ପୂର୍ବତନ ରାଜ୍ୟସଭା ସଦସ୍ୟ ସ୍ୱର୍ଗତଃ ପି.କେ ଅଗ୍ରୱାଲ୍। ତେବେ ପାଖରେ ଜନବସତି ଥିବାରୁ ଓ ୱାଟର ଚ୍ୟାନେଲିଂରେ ସମସ୍ୟା ଥିବାରୁ ଏମପାୱାରଡ କମିଟି ପ୍ରଥମେ ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ସେତେବେଳେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲୀପ ରାୟ। ଦିଲୀପ ରାୟ ଏହାର ପୁନଃବିଚାର ପାଇଁ କମିଟିକୁ ଅନୁରୋଧ କରିଥିଲେ। ଏମପାୱାରଡ କମିଟିର ସୁପାରିଶ ଆଧାରରେ ୧୯୯୯ ସେପଟେମ୍ୱର ୧ରେ ବ୍ରହ୍ମଡିହା କୋଲବ୍ଲକ କାଷ୍ଟ୍ରୋନ ମାଇନିଂ ଲିମିଟେଡକୁ ପ୍ରଦାନ କରାଯାଇଥିଲା। ତେବେ ୨୦୧୨ରେ କୋଲବ୍ଲକର ବିକାଶ ହୋଇ ନ ଥିବା ଦର୍ଶାଇ ଆବଣ୍ଟନ ରଦ୍ଦ କରିଥିଲେ ୟୁପିଏ ସରକାର। ପରେ ଏ ନେଇ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା। କାରିଆ ମୁଣ୍ଡା କ୍ୟାବିନେଟ ଓ ଦିଲୀପ ରାୟ ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଘରୋଇ କମ୍ପାନୀକୁ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା।

Related story