ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୭ ଯବାନ ସହିଦ

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟିର ମୁଙ୍ଗାରଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୭ ଯବାନ ସହିଦ ହୋଇଥିବା ବେଳେ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ସହିଦ ହୋଇଥିବା ଯବାନମାନେ ହେଲେ ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ଶାହା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ ଓ ପ୍ରଦୀପ୍ତ କୁମାର ରାଉତ। ଆଜି ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଜଣ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର […]

koraput

Rakesh Mallick
  • Published: Wednesday, 01 February 2017
  • , Updated: 02 February 2017, 08:13 AM IST

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟିର ମୁଙ୍ଗାରଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୭ ଯବାନ ସହିଦ ହୋଇଥିବା ବେଳେ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି।

ସହିଦ ହୋଇଥିବା ଯବାନମାନେ ହେଲେ ଅରୁଣ କୁମାର ନାୟକ, ଗଣେଶ ପ୍ରସାଦ ଶାହା, ସୋମନାଥ ଶିଶା, ସଞ୍ଜୟ କୁମାର ଦାଶ, ସୁବର୍ଣ୍ଣ କୁମାର ରାଜ ଓ ପ୍ରଦୀପ୍ତ କୁମାର ରାଉତ।

ଆଜି ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଜଣ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର ଆସୁଥିଲେ। ଏନ୍‌ଏଚ୍‌-୨୬ର ମୁଙ୍ଗାରଭୂମୀ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲା ମୁଖ୍ୟାଳୟରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏହି ଘଟଣା ପରେ ଜୟପୁର, ମାଲକାନଗିରି ଓ ନବରଙ୍ଗପୁରରୁ କଟକ ଓ ଭୁବନେଶ୍ୱର ଆସୁଥିବା ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ କରାଯାଇଛି।

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହିତ ସହିଦ୍‌ ପରିବାରକୁ ସମବେଦନା ଜଣାଇଛନ୍ତି।  ଏହା ଏକ କାପୁରୁଷର କାମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story